27.1 C
Bhubaneswar
Sunday, May 3, 2026
Homeଓଡିଶାନୂଆ ଓଡ଼ିଶାର ସ୍ଵପ୍ନ ଦେଖିବା ଜରୁରୀ: ମୁଖ୍ୟ ସଚିବ

ନୂଆ ଓଡ଼ିଶାର ସ୍ଵପ୍ନ ଦେଖିବା ଜରୁରୀ: ମୁଖ୍ୟ ସଚିବ

ଭୁବନେଶ୍ବର: ଡିଜିଟାଲ ଯୁଗରେ ରାଜସ୍ୱ ପ୍ରଶାସନର ବଦଳୁଛି ଭୂମିକା । ଭୂ-ପରିଚାଳନା କ୍ଷେତ୍ରରେ ଦୁର୍ନୀତିମୁକ୍ତ ଓ ସ୍ୱଚ୍ଛ ଶାସନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ତେଣୁ ନୂଆ କରି ପ୍ରଶାସନିକ ସେବାରେ ଯୋଗ ଦେଉଥିବା ଅଧିକାରୀ ନୂଆ ଓଡ଼ିଶାର ସ୍ଵପ୍ନ ଦେଖିବା ଜରୁରୀ । ଓଡିଶା ପ୍ରଶାସନିକ ସେବା ୨୦୨୩ ବ୍ୟାଚର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଏହି ଆହ୍ୱାନ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ ବା ROTI ଗୋଠପାଟଣାରେ ଓଡିଶା ପ୍ରଶାସନିକ ସେବା ୨୦୨୩ ବ୍ୟାଚ୍‌ର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଡିଜିଟାଲ ଯୁଗରେ ରାଜସ୍ୱ ପ୍ରଶାସନର ବଦଳୁଥିବା ଭୂମିକା ଉପରେ ଆଲୋକପାତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ନୂଆ ଓଡ଼ିଶାର ସ୍ଵପ୍ନ ଦେଖିବା ପାଇଁ ଅଧିକାରୀମାନଙ୍କୁ ଉପଦେଶ ଦେଇଛନ୍ତି । ଓଡ଼ିଶା ରାଜସ୍ୱ ସେବାକୁ ଅଧିକ ସରଳ ଓ ସାଧାରଣ ଜନତାଙ୍କ ପାଇଁ ସହଜ କରିବାକୁ ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଛନ୍ତି ।

7’S’ ଉପରେ ଗୁରୁତ୍ଵ ଦେବାକୁ ପରାମର୍ଶ ଦେଇ ଭୂ-ପରିଚାଳନା କ୍ଷେତ୍ରରେ ଦୁର୍ନୀତିମୁକ୍ତ ଏବଂ ସ୍ୱଚ୍ଛ ଶାସନ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଜମିଜମା କ୍ଷେତ୍ରରେ ସଚ୍ଚୋଟତାକୁ ସର୍ବାଧିକ ଗୁରୁତ୍ଵ ଦେବାକୁ କହିବା ସହ ରାଜ୍ୟରେ ଥିବା ୧ କୋଟି ୧୯ ଲକ୍ଷ ଏକର ସରକାରୀ ଜମିକୁ ସୁରକ୍ଷା ଦେବା ଦାୟିତ୍ଵ ଓଡ଼ିଶାର ରାଜସ୍ୱ ଅଧିକାରୀଙ୍କର ବୋଲ କହିଛନ୍ତି । ଓଡ଼ିଶାକୁ ୨୦୩୬ରେ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସେ ଅଧିକାରୀମାନଙ୍କୁ ଆହ୍ଵାନ ଦେଇଛନ୍ତି । ପରିଶେଷରେ ଦୁଇ ଜଣ ରାଜସ୍ୱ ବିଶେଷଜ୍ଞଙ୍କୁ ସମ୍ମାନିତ କରିଛନ୍ତି ।ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ରାଜସ୍ୱ ଅଧିକାରୀମାନଙ୍କୁ IPS ମନ୍ତ୍ର, ସଚ୍ଚୋଟତା (Integrity), କାର୍ଯ୍ୟଦକ୍ଷତା (Performance) ସହାନୁଭୁତି (Sensitivity)କୁ ପାଥେୟ କରି ଜନତାଙ୍କ ସେବା କରିବା ଉଚିତ ପରାମର୍ଶ ଦେଇଛନ୍ତି । ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନରୁ ପ୍ରଶିକ୍ଷଣ ସମାପ୍ତ କରି ଏହି ମାନସିକତାକୁ ରାଜସ୍ୱ ଅଧିକାରୀମାନେ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରନ୍ତୁ ବୋଲି ସେ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି ।

ସେହିପରି ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ କହିଛନ୍ତି, “ଆପଣମାନେ ଚାକିରୀର ପ୍ରଥମ ଅବସ୍ଥାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବା ତହସିଲଦାର ରୂପେ କାର୍ଯ୍ୟରେ ଯୋଗ ଦେବେ । ତେଣୁ ଓଡିଶାର ପ୍ରଗତିରେ ଆପଣମାନେ ମୁଖ୍ୟ ଅଂଶ । ସେଥିପାଇଁ ସର୍ବଦା ନିଷ୍ଠାବାନ ହେବେ । ପରୋପକାରକୁ ଜୀବନର ବ୍ରତ କରିବେ ।” ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ ବା ROTI ଗୋଠପାଟଣାରେ ଓଡିଶା ପ୍ରଶାସନିକ ସେବା ୨୦୨୩ ବ୍ୟାଚ୍‌ର ସମାବର୍ତ୍ତନ ଉତ୍ସବ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବୃକ୍ଷରେ ଜଳଦାନ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । କାର୍ଯକ୍ରମରେ ୩୦ ଜଣ ଓଡି଼ଶା ପ୍ରଶାସନିକ ସେବା ଅଧିକାରୀ ଓ ୭୪ ଜଣ ଓଡିଶା ରାଜସ୍ୱ ସେବା ଅଧିକାରୀ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking