33.1 C
Bhubaneswar
Saturday, October 5, 2024
Homeଓଡିଶାରାଷ୍ଟ୍ରପତିଙ୍କ ଚାରି ଦିନଆ ଓଡିଶା ଗସ୍ତକୁ କଡାକଡି ସୁରକ୍ଷା ବ୍ୟବସ୍ଥା

ରାଷ୍ଟ୍ରପତିଙ୍କ ଚାରି ଦିନଆ ଓଡିଶା ଗସ୍ତକୁ କଡାକଡି ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆଜିଠୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଚାରିଦିନଆ ଗସ୍ତକୁ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏୟାରପୋର୍ଟରେ ପହଞ୍ଚି ରାତ୍ରିରେ ରାଜଭବନରେ ରହିବା ପାଇଁ ବ୍ୟବସ୍ଥା କରାଯାଇଅଛି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷା ନିମନ୍ତେ ତାଙ୍କର ସ୍ପେସିଆଲ ପ୍ରୋଟେକ୍ସନ ଗ୍ରୁପଙ୍କ ସହ ଏୟାରପୋର୍ଟ, ସିଆଇସ୍‌ଏଫ୍‌, ରାଜଭବନ, ସେକ୍ୟୁରିଟୀ ୱିଙ୍ଗ ଅଫ ଭୁବନେଶ୍ୱର ଓ ଭୁବନେଶ୍ୱର ପୁଲିସ୍ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ସମସ୍ତ ଭିଭିଆଇପି ପ୍ରୋଟେକ୍ଟି ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏୟାରପୋର୍ଟରେ ଭୁବନେଶ୍ୱର କମିଶନରେଟ୍ ପୁଲିିସ୍ ଓ ସିଆଇସ୍‌ଏଫ୍ ମିଳିତ ସହଯୋଗରେ ଆକସେସ୍ କଣ୍ଟ୍ରୋଲ କରିବା ବ୍ୟବସ୍ଥା କରାଯାଇ, ରୁଟ୍ ଲାଇନ୍‌କୁ ନାକାବନ୍ଦି କରାଯାଇ ସମସ୍ତ ଯାନବାହାନକୁ ଚେକ୍ କରାଯିବ । ରାଜଭବନରେ ମଧ୍ୟ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏଥି ସହ ରୁଟ୍ ଲାଇନ୍‌ରେ ମଧ୍ୟ ଟ୍ରାଫିକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ଯେତେ ବି ଉଚ୍ଚ ସ୍ତରୀୟ ବିଲ୍ଡିଂ ଉପରେ ସୁରକ୍ଷା ପ୍ରଦାନ କରାଯାଇଛି । ଏୟାରପୋର୍ଟ, ରାଜଭବନ ଓ ରୁଟ ଲାଇନ୍‌କୁ ନୋ- ଫ୍ଲାଇଂ ଜୁନ କରାଯିବା ସହ ଏନେଇ ୮ ତାରିଖ ସକାଳଠାରୁ ଅପରାହ୍ନ ୨ ପର୍ଯ୍ୟନ୍ତ ଖଣ୍ଡଗିରି ଓ ଉଦୟଗିରି ଠାରେ ସର୍ବସାଧାରଣଙ୍କ ପାଇଁ କଟକଣା ଜାରି ରହିବ । ସମସ୍ତ ଦିଗକୁ ଦୃଷ୍ଟିରେ ରଖି ସୁରକ୍ଷା ଆୟୋଜନରେ ରାଷ୍ଟ୍ରପତିଙ୍କର ଅପରାହ୍ନରେ ମେଣ୍ଢାଶାଳରେ ମଧ୍ୟ କାର୍ଯକ୍ରମ ରହିଛି । ପରେ ୯ତାରିଖରେ ଜଟଣୀ ନାଇଜରରେ ଏକ କାର୍ଯକ୍ରମ ଥିବାରୁ ସେଠାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କମିଶନରେଟ ପୁଲିସ ପକ୍ଷରୁ ବ୍ଲୁ ବୁକ୍ ତରଫରୁ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଆଣ୍ଟି- ସବଟ୍ୟାଗ୍ ଚେକ୍‌, ଡଗ ସ୍କ୍ୱାଡ, ବମ ସ୍କ୍ୱାଡକୁ ନିୟୋଜିତ କରାଯାଇଛି । ଏହି ସୁରକ୍ଷା ଦାୟିତ୍ୱାରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ ନେତୃତ୍ୱରେ ୬ଜଣ ଆଡିସନାଲ ଡିସିପି, ୧୫ଜଣ ଏସିପି, ୨୫ଜଣ ଇନ୍ସପେକ୍ଟର, ୧୦୦ ଜଣ ସବ୍ ଇନ୍ସପେକ୍ଟର/ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର, ୨୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଆଜିଠାରୁ ସୁରକ୍ଷା ବ୍ୟବସ୍ଥାରେ କିଛି ତ୍ରୁଟି ନ ହେବ ସେଥି ଲାଗି ମଧ୍ୟ ରିହଲ୍ ସେଲ୍ ସରିଛି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ଯେମିତି ଶାନ୍ତି ଶୃଙ୍ଖଳାରେ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking