24.1 C
Bhubaneswar
Friday, December 26, 2025
Homeଦେଶ ବିଦେଶଉତ୍ତରପ୍ରଦେଶର ହାଥରସରେ ଦଳଚକଟା ଘଟଣାରେ ; ୬ ସେବାଦାର ଗିରଫ

ଉତ୍ତରପ୍ରଦେଶର ହାଥରସରେ ଦଳଚକଟା ଘଟଣାରେ ; ୬ ସେବାଦାର ଗିରଫ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ହାଥରସରେ ହୋଇଥିବା ଦଳଚକଟା ଘଟଣାରେ ପୁଲିସ ୬ ସେବାଦାରଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ୨ ଜଣ ମହିଳା ରହିଛନ୍ତି । ମଙ୍ଗଳବାର ହାଥରସରେ ଭୋଲେ ବାବା ଆୟୋଜିତ ହୋଇଥିବା ସତ୍‌ସଙ୍ଗରେ ଦଳାଚକଟା ହୋଇ ୧୨୧ ଜଣ ପ୍ରାଣ ହରାଇଛନ୍ତି । ଏହି ପୂରା ମାମଲାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଯୋଗୀ ସରକାର। ମାମଲାର ତଦନ୍ତ ପାଇଁ ପୁଲିସ ୭ଟି ଟିମ୍‌ ଗଠନ କରିଛି। ଏହି ଟିମ୍‌ ଏବେ ନାରାୟଣ ହରି ଓରଫ ଭୋଲେ ବାବାଙ୍କ ମୁଖ୍ୟ ସେବାଦାର ବେଦପ୍ରକାଶ ମଧୁକରଙ୍କୁ ଖୋଜୁଛି। ସେ ବର୍ତ୍ତମାନ ଫେରାର ଅଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ପରେ ବୁଧବାର ସନ୍ଧ୍ୟାରେ ଗୃହ ବିଭାଗ ଆହ୍ଲାବାଦ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବ୍ରଜେଶ କୁମାର ଶ୍ରୀବାସ୍ତବଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ତଦନ୍ତ କମିଶନ ଗଠନ କରିଛନ୍ତି। ଆୟୋଗର ମୁଖ୍ୟାଳୟ ଲକ୍ଷ୍ନୌରେ ରହିବ। ଆୟୋଗକୁ ଏହାର ତଦନ୍ତ ଦୁଇ ମାସ ମଧ୍ୟରେ ଶେଷ କରିବାକୁ ପଡିବ। ମଙ୍ଗଳବାର ହାଥରସ୍ ଫୁଲୁରୀ ଗାଁରେ ମାନବ ମଙ୍ଗଳ ମିଳନ ସଦଭାବନା ସମାଗମ କମିଟି ପକ୍ଷରୁ ବିଶ୍ୱହରି ବାବା ଓରଫ ଭୋଲେ ବାବାଙ୍କ ସତସଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ହଜାର ହଜାର ସଂଖ୍ୟାରେ ଲୋକ ଅଂଶଗ୍ରହଣ କରିଥିଲେ। ତେବେ ସତସଙ୍ଗ ସରିବା ପରେ ଦୌଡାଦୌଡି ଓ ଦଳଚକଟା ସ୍ଥିତି ଉପୁଜିଥିଲା। ଏଥିରେ ବର୍ତ୍ତମାନ ସୁଦ୍ଧା ୧୨୧ ଜଣଙ୍କ ମୃତ୍ୟୁ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking