13.1 C
Bhubaneswar
Sunday, December 7, 2025
Homeଓଡିଶାଆଜି ମହାପ୍ରଭୁ କରିବେ ଚକା ବିଜେ

ଆଜି ମହାପ୍ରଭୁ କରିବେ ଚକା ବିଜେ

ପୁରୀ : ଆଜି ଅଣସର ଦଶମୀରେ ଚକାବିଜେ କରିବେ ଶ୍ରୀଜୀଉ । ଅଣସର ତାଟି ଭିତରେ ଦଇତାପତି ସେବକଙ୍କ ଦ୍ୱାରା ଗୁପ୍ତ ଉପଚାର ପରେ ଶ୍ରୀବିଗ୍ରହଙ୍କୁ ଶରୀରରୁ ତାତି ଓହ୍ଲାଇଥିବା ବେଳେ ଶୟନ ଅବସ୍ଥାରୁ ଉଠି ଚକା ବିଜେ କରିବେ ମହାପ୍ରଭୁ । ଅନ୍ୟପଟେ ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଆସନ୍ତାକାଲି ଶ୍ରୀମନ୍ଦିର ଗାରଦରେ ଜିମା ଦିଆଯିବ । ଦଶମୂଳ ମୋଦକ ସେବନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ଶ୍ରୀଜୀଉ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହରଣ ଦ୍ୱାର ଫିଟାଯିବା ସହ ଅନବସର ନୀତି ଅନୁଷ୍ଠିତ ହେବ । ଏହାପରେ ଦଇତାପତି ସେବକ ମାନେ ଶ୍ରୀଜୀଉଙ୍କୁ ଚକା ଉପରକୁ ବିଜେ କରାଇବା ସହ ଚକଟା ଓ ପଣାଭୋଗ ଲାଗି କରାଇବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking