34.1 C
Bhubaneswar
Friday, May 8, 2026
Homeଓଡିଶାମହୁମାଛି କାମୁଡ଼ାରେ ବୃଦ୍ଧ ମୃତ,ନାତି ଗୁରୁତର

ମହୁମାଛି କାମୁଡ଼ାରେ ବୃଦ୍ଧ ମୃତ,ନାତି ଗୁରୁତର

କୋରାପୁଟ : କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ବାରେଙ୍ଗବାଡି ଗାଁରେ ଅଭାବନୀୟ ଘଟଣା ଘଟିଛି। ନାତିକୁ ବିରୁଡି ଆକ୍ରମଣରୁ ବଞ୍ଚାଇବାକୁ ଯାଇ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଏହି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ମୁତାବକ, ଜେଜେ ଓ ନାତି ଦୁହେଁ ମିଶି ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ଜଙ୍ଗଲରୁ ଘରକୁ ଫେରୁଥିବା ବେଳେ ନାତିକୁ ଏକ ଜଙ୍ଗଲୀ ବିରୁଡି କାମୁଡି ଦେଇଥିଲା। ଫଳରେ ନାତିର କ’ଣ ହୋଇଯିବ ଭାବି ସଙ୍ଗେ ସଙ୍ଗେ ଜେଜେ ନିଜ ଦେହରୁ ସାର୍ଟ ଖୋଲି ନାତିକୁ ଢାଙ୍କି ଦେଇଥିଲେ। ଏତିକି ବେଳେ ବହୁ ବିରୁଡି ମାଛିମାନେ ଆସି ତାଙ୍କୁ କାମୁଡି ଦେଇଥିଲେ। ଫଳରେ ଟଙ୍କା ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତେବେ ସ୍ଥାନୀୟ ଲୋକେ ଏହି ଘଟଣା ଦେଖିବା ପରେ ତୁରନ୍ତ ବୃଦ୍ଧଙ୍କୁ ଘରକୁ ନେଇ ଯାଉଥିବା ବେଳେ ଅଧା ବାଟରେ ହିଁ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପଟେ ନାତି ଆହତକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking