31.1 C
Bhubaneswar
Monday, May 4, 2026
Homeଓଡିଶାପୁଣି ମହିଳାଙ୍କ ଜୀବନ ନେଲା ହାତୀ

ପୁଣି ମହିଳାଙ୍କ ଜୀବନ ନେଲା ହାତୀ

ମାଧପୁର: ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଂଚାୟତ ଅଧୀନ ମାଧପୁର ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତ ମହିଳା ହେଲେ ଜ୍ୟୋସ୍ନାରାଣୀ ବିଶ୍ଵାଳ (୩୦), ସ୍ବାମୀ ବିଜୟ ବିଶ୍ଵାଳ । ସୂଚନା ଅନୁସାରେ ସଂପୃକ୍ତ ମହିଳା ସୋମବାର ସକାଳେ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିବା ସମୟରେ ହାତୀ ହାବୁଡ଼ରେ ପଡ଼ି ଯାଇ ଆକ୍ରମଣର ଶିକାର ହୋଇଥିଲେ । ଏହାପରେ ଖବର ପାଇ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ତାଙ୍କୁ ମାଧପୁର ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ପରେ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking