33.1 C
Bhubaneswar
Friday, March 13, 2026
Homeଓଡିଶାସୁରକ୍ଷାକର୍ମୀଙ୍କ ଗୁଳିରେ ନକ୍ସଲ ସଫା

ସୁରକ୍ଷାକର୍ମୀଙ୍କ ଗୁଳିରେ ନକ୍ସଲ ସଫା

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ଧମତରୀ ଜିଲ୍ଲାରେ ପୁଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଥିବା ଜଣାଯାଇଛି। ଏଥିସହ ତାଙ୍କ ନିକଟରୁ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଜବତ ହୋଇଛି। ଖଲ୍ଲାରୀ ଥାନା ଅନ୍ତର୍ଗତ ମୁହକୋଟ ଆମଝର ଜଂଗଲରେ ନକ୍ସଲ କ୍ୟାମ୍ପ କରି ରହିଛନ୍ତି। ବିଶ୍ୱସ୍ତ ସୂତ୍ରରୁ ଏନେଇ ସୂଚନା ପାଇବା ପରେ ତୁରନ୍ତ ଧମତରୀ ଜିଲ୍ଲା ଏସପି ଅଞ୍ଜନେୟ ବୈଷ୍ଣ ଡିଆରଜି ଟିମ୍‌ ସହ ଜଙ୍ଗଲରେ ଚଢାଉ କରିଥିଲେ। ସେଠାରେ ସୁରକ୍ଷା କର୍ମୀଙ୍କ ସହ ନକ୍ସଲଙ୍କ ମୁହାଁମୁହିଁ ହୋଇଥିଲା। ଏହାପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। କିଛି ସମୟ ମଧ୍ୟରେ ନକ୍ସଲମାନେ ଯବାନଙ୍କ ଗୁଳିର ସାମ୍ନା କରିନପାରି ଛତ୍ରଭଙ୍ଗ ଦେଇଥିଲେ। ଏହାପରେ ପୁଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ ହୋଇଥିଲା। ସେଠାରେ ସେମାନେ ଜଣେ ନକ୍ସଲଙ୍କ ମୃତଦେହ ଜବତ କରିବା ସହ ଏସଏଲଆର ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି। ଏଥିସହ ବହୁ ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking