37.1 C
Bhubaneswar
Thursday, March 12, 2026
Homeଅପରାଧସିବିଆଇ ଟିମ୍ ଉପରେ ହେଲା ଆକ୍ରମଣ

ସିବିଆଇ ଟିମ୍ ଉପରେ ହେଲା ଆକ୍ରମଣ

ନୂଆଦିଲ୍ଲୀ : ତଦନ୍ତ ପାଇଁ ଯାଇଥିବା ସିବିଆଇ ଟିମ୍ ଉପରେ ଆକ୍ରମଣ। ୟୁଜିସି-ନେଟ୍ ପେପର ଲିକ୍ ମାମଲାର ତଦନ୍ତ ପାଇଁ ଦିଲ୍ଲୀରୁ ବିହାରର ନୱାଦାରେ ପହଞ୍ଚିଥିବା ସିବିଆଇ ଟିମ୍ ଉପରେ ଗ୍ରାମବାସୀମାନେ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଏଥିସହ ଗ୍ରାମବାସୀମାନେ ସେମାନଙ୍କ ଗାଡ଼ି ଭାଙ୍ଗି ଦେଇଛନ୍ତି। ସୂଚନା ମୁତାବକ, ୟୁଜିସି-ନେଟ୍ ପେପର ଲିକ୍ ମାମଲାରେ ମୋବାଇଲ ଲୋକେସନ୍‌ ଆଧାରରେ ସିବିଆଇ ଟିମ୍ ଦିଲ୍ଲୀରୁ ନଓ୍ୱାଦା ଜିଲ୍ଲାରେ ପହଞ୍ଚିଥିଲା। ଏଠାକାର ରଜୌଲି ଥାନା ଅନ୍ତର୍ଗତ କାସିଆଡିହ ଗାଁର ଏକ ଘରେ ଚଢ଼ାଉ କରିଥିଲା। ଏହି ସମୟରେ ଗ୍ରାମବାସୀମାନେ ସେମାନଙ୍କୁ ଘେରିଯାଇଥିଲେ। ନକଲି ଟିମ୍‌ ବୋଲି କହି ତାଙ୍କୁ ମାଡ଼ ମାରିଥିଲେ। କିନ୍ତୁ ଏହା ଯୋଜନାବଦ୍ଧ ଆକ୍ରମଣ ଥିଲା। ଯେତେବେଳେ ସିବିଆଇ ଟିମ୍‌ ପେପର୍‌ ଲିକରେ ବ୍ୟବହୃତ ଦୁଇଟି ଫୋନକୁ ଜବତ କରିଥିଲା, ସେତେବେଳେ ଅଭିଯୁକ୍ତଙ୍କ ପରିବାର ସଦସ୍ୟ ଏବଂ ଗାଁ ଲୋକେ ତୁରନ୍ତ ଆକ୍ରମଣ କରିଥିଲେ।ସେପଟେ ସିବିଆଇ ଟିମ୍‌ ଅଧିକାରୀଙ୍କୁ ଗାଁ ଲୋକେ ବଳପୂର୍ବକ ଅଟକ ରଖିଥିବା ଖବର ମିଳିବା ପରେ ରଜୌଲି ପୁଳିସ ଘଟଣାସ୍ଥଲରେ ପହଞ୍ଚିଥିଲା। ୪ ଜଣ ସିବିଆଇ ଅଧିକାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ମାମଲରେ ପୁଲିସ ଏଫ୍‌ଆଇଆର୍‌ ରୁଜୁ କରି ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking