22.1 C
Bhubaneswar
Friday, February 13, 2026
Homeଦେଶ ବିଦେଶହଜ୍‌ ଯାତ୍ରୀଙ୍କ ପାଇଁ ଗରମ କାଳ ; ଗଲାଣି ୧୦୮୧ ଜୀବନ

ହଜ୍‌ ଯାତ୍ରୀଙ୍କ ପାଇଁ ଗରମ କାଳ ; ଗଲାଣି ୧୦୮୧ ଜୀବନ

ନୂଆଦିଲ୍ଲୀ: ପ୍ରବଳ ଗରମ ଓ ପ୍ରଚଣ୍ଡ ତାତି । ଚଳିତ ବର୍ଷ ହଜ୍‌ ଯାତ୍ରା ସମୟରେ ପ୍ରବଳ ତାତି ଏବଂ ଅସହ୍ୟ ଗରମ ପାଇଁ ୧ ହଜାରରୁ ଅଧିକ ହଜ୍‌ ଯାତ୍ରୀଙ୍କର ଅଂଶୁଘାତରେ ମୃତ୍ୟୁ ହେଲା‌ଣି। ଗତକାଲି ଏହି ସଂଖ୍ୟା ପ୍ରାୟ ୬ ଶହ ରହିଥିବା ଦର୍ଶାଯାଇଥିବା ବେଳେ ଆଜି ପ୍ରକାଶ ପାଇଥିବା ସଂଶୋଧିତ ରିପୋର୍ଟରେ ମୃତ୍ୟୁ ସଂଖ୍ୟା ୧୦୮୧ ବୋଲି ସ୍ପଷ୍ଟ କରାଯାଇଛି। ମକ୍କାରେ ତାପମାତ୍ରା ୫୦ ଡିଗ୍ରି ଡେଇଁଥିବାରୁ ଅଂଶୁଘାତ ମାମଲା ବଢ଼ୁଛି। ମକ୍କାର ଗ୍ରାଣ୍ଡ୍‌ ମସଜିଦରେ ଗତ ସୋମବାର ତାପମାତ୍ରା ୫୧.୮ ଡିଗ୍ରି ସେଲସିୟସ ଥିଲା। ତାପମାତ୍ରା ୫୦ ଡିଗ୍ରି ସେଲ୍‌ସିୟସ ଉପରେ ରହୁଥିବାରୁ ଅନେକ ଲୋକଙ୍କ ଅଂଶୁଘାତରେ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ଇଜିପ୍ଟର ନାଗରିକ ଅଛନ୍ତି। ୬୫୮ ଇଜିପ୍ଟ ନାଗରିକଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ୬୩୦ ଜଣ ଯାତ୍ରା ପାଇଁ ପଞ୍ଜୀକରଣ କରିନାହାନ୍ତି। ମିଳିଥିବା ସୂଚନାନୁଯାୟୀ ଭାରତରୁ ଏ ପର୍ଯ୍ୟନ୍ତ ୯୦ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ସେହିପରି ଜୋର୍ଡାନ, ଇଣ୍ଡୋନେସିଆ, ଇରାନ, ସେନେଗାଲ, ଟୁନିସିଆରୁ ମଧ୍ୟ ହଜ୍‌ ଯାତ୍ରୀମାନଙ୍କ ମୃତ୍ୟୁ ହୋଇଛି। ଅନେକ ହଜ୍‌ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି। ପ୍ରାୟ ୧୦ଟି ରାଷ୍ଟ୍ରରୁ ୧୦୮୧ ହଜ୍‌ ଯାତ୍ରୀଙ୍କର ସପ୍ତାହକ ମଧ୍ୟରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ଅନେକ ହଜ୍‌ ଯାତ୍ରୀ ସେମାନଙ୍କ ଧାର୍ମିକ ଯାତ୍ରା ସମୟରେ ଶାରୀରିକ ଅସୁସ୍ଥତାର ସମ୍ମୁଖୀନ ହେଉଛନ୍ତି। ଏବେ ସା‌ଉଦି କର୍ତ୍ତୃପକ୍ଷ ୨ ହଜାରରୁ ଅଧିକ ତୀର୍ଥଯାତ୍ରୀଙ୍କୁ ବିଭିନ୍ନ ହସ୍ପିଟାଲ୍‌ରେ ରଖି ଚିକିତ୍ସା କରୁଥିବା‌ ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking