25.1 C
Bhubaneswar
Saturday, February 14, 2026
Homeଅପରାଧଘର ମାଲିକକୁ ହତ୍ୟା କଲା ଭଡ଼ାଟିଆ!

ଘର ମାଲିକକୁ ହତ୍ୟା କଲା ଭଡ଼ାଟିଆ!

ଭୁବନେଶ୍ୱର : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ। ଘର ମାଲିକକୁ ଭଡ଼ାଟିଆ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସୁଶାନ୍ତ ଶତପଥି। ତମାଣ୍ଡୋ ଥାନା ଅର୍ନ୍ତଗତ ଏକ ଇଞ୍ଜିନିୟରିଂ କଲେଜ ନିକଟ ରାସ୍ତାରେ ଆଜି ସକାଳେ ସୁଶାନ୍ତଙ୍କ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ। ପୁଲିସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ସୁଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷରେ ସୁଶାନ୍ତ ନିଜ ଘରେ ଜଣେ ୩୫ ବର୍ଷୀୟ ଯୁବକଙ୍କୁ ଭଡ଼ାରେ ରଖିଥିଲେ। ସଂପୃକ୍ତ ଯୁବକ ଜଣକ ସୁଶାନ୍ତଙ୍କୁ ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ତେବେ ସଂପୃକ୍ତ ଯୁବକ ଜଣଙ୍କ କାହିଁକି ସୁଶାନ୍ତଙ୍କୁ ହତ୍ୟା କଲେ, ଏହା ପଛରେ କେଉଁ କାରଣ ରହିଛି ତାହା ଜଣାପଡ଼ି ନାହିଁ। ପୁଲିସ ଅଭିଯୁକ୍ତକୁ ଧରିବା ପାଇଁ ଖୋଳତାଡ଼ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking