ମାଲକାନଗିରି : ଭୁଶୁଡ଼ୁଛି ମାଓଗଡ଼ । ଗୋଟିଏ ପଟେ ସୁରକ୍ଷା କର୍ମୀଙ୍କ ଗୁଳିରେ ମାଓବାଦୀ ଜୀବନ ଯାଉଥିବାବେଳେ ଅନ୍ୟପଟେ ମାଓବାଦୀମାନେ ଆତ୍ମସମର୍ପଣ କରୁଛନ୍ତି । ଏହି କ୍ରମରେ ମାଲକାନଗିରି ଏସପିଙ୍କ ନିକଟରେ ୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାଯାଇଛି । ତେବେ ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ଛତିଶଗଡ଼ର ବୋଲି ଜଣାଯାଇଛି । ସେମାନେ ଗତ ୪ବର୍ଷ ହେଲା ମାଓ ସଂଗଠନ ପାଇଁ କାର୍ଯ୍ୟ କରିଆସୁଥିଲେ ବୋଲି ଜଣାଯାଇଛି । ତେବେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସରକାରୀ ଯୋଜନା ମୁତାବକ ଥଇଥାନ କରାଯିବ ବୋଲି ପୁଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି ।