21.1 C
Bhubaneswar
Friday, February 6, 2026
Homeଦେଶ ବିଦେଶନିଆଁରେ ଜଳିଗଲେ ବାପା ଓ ତାଙ୍କର ୨ ଝିଅ

ନିଆଁରେ ଜଳିଗଲେ ବାପା ଓ ତାଙ୍କର ୨ ଝିଅ

ଗ୍ବାଲିୟର : ବୁଧବାର ବିଳମ୍ବିତ ରାତିରେ ମଧ୍ୟପ୍ରଦେଶର ଗ୍ବାଲିୟରରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନଙ୍କ ମଧ୍ୟରେ ଅଛନ୍ତି ବାପା ଓ ତାଙ୍କର ୨ ଝିଅ। ସେମାନେ ହେଲେ ବିଜୟ ଗୁପ୍ତା ଓ ତାଙ୍କର ୨ ଝିଅ। ବହୋଡ଼ାପୁର ଅଞ୍ଚଳର ସନ୍ଥ କୃପାଳ ସିଂହଙ୍କ ଆଶ୍ରମ ସାମ୍ନା ଗଳିରେ ବୁଧବାର-ଗୁରୁବାର ରାତି ପାଖାପାଖି ୨ଟାରେ ଅଗ୍ନିକାଣ୍ଡ‌ ସଂପର୍କିତ ସୂଚନା ପାଇଁ ଦମକଳ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସ୍ଥାନୀୟ ଲୋକଙ୍କର ସହାୟତାରେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରିଥିଲେ। ବହୁ କଷ୍ଟରେ କୋଠରୀ ଭିତରକୁ ପ୍ରବେଶ କରିପାରିଥିଲେ। କୋଠରୀ ଭିତରେ ବାପା ଓ ୨ ଜଣ ଝିଅଙ୍କର ମୃତଦେହ ଉଦ୍ଧାର କରିଥିଲେ। ପୁଲିସ ମୃତଦେହ ଜବତ କରିଛି। ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ବିଦ୍ୟୁତ୍‌ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking