କାଜାଖସ୍ତାନ: ଗୁରୁବାର କାଜାଖସ୍ତାନର ବୃହତ୍ତମ ସହର ଅଲମାଟିରେ ଥିବା ଏକ ହଷ୍ଟେଲରେ ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଜଣେ ଭାରତୀୟ ଛାତ୍ରଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି । ସହରର ଜରୁରୀକାଳୀନ ବିଭାଗ ଏକ ବିବୃତ୍ତିରେ ଏହି ଦୁର୍ଘଟଣାକୁ ନିଶ୍ଚିତ କରିଛି । ସୂଚନାନୁଯାୟୀ, ଦୁର୍ଘଟଣା ସମୟରେ ହଷ୍ଟେଲରେ ସମୁଦାୟ ୭୨ ଜଣ ଥିଲେ, ଯେଉଁଥିରୁ ୫୯ ଜଣ ବାହାରକୁ ଯିବାରେ ସଫଳ ହୋଇଥିଲେ ମଧ୍ୟ ୧୩ ଜଣ ନିଆଁରେ ଫସିଯାଇଥିଲେ । ଯାହା ଫଳରେ ସେମାନଙ୍କୁ ଉଦ୍ଧାର କରାଯାଇପାରିନଥିଲା ।