ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରବଳ ଶୀତ ସହ ଘନ କୁହୁଡିର ଅନୁଭୂତ ହେଉଛି । ଉତ୍ତର ଭାରତରେ ଶୀତର ଲହରୀ ଅଧିକ ଥିବାରୁ ବୁଧବାର ସକାଳ ୫.୩୦ରେ ଜାତୀୟ ରାଜଧାନୀରେ ତାପମାତ୍ରା ୭ ଡିଗ୍ରୀ ସେଲସିୟସ ରକେର୍ଡ କରାଯାଇଛି । ରିପୋର୍ଟ ଅନୁସାରେ ବୁଧବାର ସକାଳ ୬ଟାରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୃଶ୍ୟମାନତା ୧୦୦ ମିଟର ରେକର୍ଡ କରାଯାଇଥିଲା । ବିମାନବନ୍ଦର ପକ୍ଷରୁ କୁହାଯାଇଛି ବିମାନଗୁଡିକ ଘନ କୁହୁଡି ଯୋଗୁଁ ପ୍ରଭାବିତ ହୋଇପାରେ । ଏକ ରିପୋର୍ଟରେ କୁହାଯାଇଛି ଯେ , ଉତ୍ତର ଭାରତର କିଛି ସ୍ଥାନରେ ଘନ କୁହୁଡି ଯୋଗୁଁ ଅତଚି କମରେ ୨୬ଟି ଟ୍ରେନ ବିଳମ୍ବ ହୋଇଛି ।