ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧିନସ୍ଥ ଚୁଳିଆ ପୋଷି ଗ୍ରାମରେ ଘଟି ଯାଇଛି ଏକ ଅଘଟଣ। ଗ୍ରାମର ଜନୈକ ବ୍ୟକ୍ତିଙ୍କ କୁକୁଡ଼ା ଫାର୍ମରେ ଥିବା କୁକୁଡ଼ା ଚିଆଁଙ୍କୁ ହୋଇଛି ଏସିଡ ମାଡ଼। ଏସିଡ ମାଡ଼ରେ ଫାର୍ମରେ ଥିବା ୩୦୦ ରୁ ଉର୍ଦ୍ଧ କୁକୁଡ଼ା ଚିଆଁଙ୍କ ହୋଇଛି ମୃତ୍ୟୁ। ସୂଚନା ମୁତାବକ ଉଦଳା ଥାନା ଅଧିନସ୍ଥ ଚୁଳିଆପୋଷି ଗ୍ରାମର ସତ୍ୟ ନାରାୟଣ ପ୍ରଧାନ ଗ୍ରାମରେ ଏକ ଛୋଟ କୁକୁଡ଼ା ଫାର୍ମଟିଏ କରି ସ୍ୱାବଲମ୍ବୀ ହେବାର ଉଦ୍ୟମ କରିଛନ୍ତି। ତେବେ ସେ କୌଣସି ନିର୍ଦ୍ଧିଷ୍ଟ କମ୍ପାନୀରୁ କୁକୁଡ଼ା ଚିଆଁ ଆଣି କୁକୁଡ଼ା ଫାର୍ମରେ ଭର୍ତି କରିଥିଲେ। କୁକୁଡ଼ା ଚାଷୀ ମାନଙ୍କ ମଧ୍ୟରେ କିଛିଦିନ ହେବ କୌଣସି କାରଣକୁନେଇ ଷ୍ଟ୍ରାଇକ ଚାଲିଥିବା ବେଳେ, ସତ୍ୟ ନାରାୟଣଙ୍କ କୁକୁଡ଼ା ଫାର୍ମକୁ କୁକୁଡ଼ା ଚିଆଁ ଆସିଥିଲା। ତେବେ ସତ୍ୟନାରାୟଣ ନୂତନ କୁକୁଡ଼ା ଚାଷୀ ହୋଇଥିବାରୁ ସେ କୁକୁଡ଼ା ଚାଷୀ ସଙ୍ଘର ସଦସ୍ୟ ହୋଇ ନ ଥିଲେ। ମାତ୍ର ଦୁଇଦିନ ପୂର୍ବରୁ ତାଙ୍କୁ ସଂଘରେ ସାମିଲ ହେବାକୁ ସଙ୍ଘ ତରଫରୁ କୁହା ଯାଇଥିଲା।କିନ୍ତୁ ସେ ସଙ୍ଘରେ ସାମିଲ ହେବାକୁ ଦୁଇ ତିନିଦିନ ସମୟ ମାଗିଥିଲେ। ଏହି ସମୟ ମଧ୍ୟରେ କୌଣସି ଅସାଧୁ ବ୍ୟକ୍ତି ତାଙ୍କ ଫାର୍ମରେ ଥିବା କୁକୁଡ଼ା ଚିଆଁକୁ ଆସି ଏସିଡ ମାଡ଼ କରି ଘଟଣାସ୍ଥଳରୁ ଚତୁରତାର ସହ ପଳାଇ ଥିବା ବେଳେ ଫାର୍ମରେ ଥିବା ୩ ଶହରୁ ଉର୍ଦ୍ଧ୍ବ ଚିଆଁ ଏସିଡ ମାଡ଼ ଯୋଗୁଁ ମୃତ୍ୟୁ ଘଟିଥିଲା।ଘଟଣା ସମ୍ପର୍କରେ ସତ୍ୟନାରାୟଣ କୁକୁଡ଼ା ଚିଆଁ ଆଣିଥିବା କମ୍ପାନୀର ସୁପର ଭାଇଜର ପ୍ରଭାକର ବ୍ରହ୍ମଙ୍କୁ ଜଣାଇଥିଲେ। ତେବେ ପ୍ରିମିୟମ କମ୍ପାନୀର ସୁପରଭାଇଜର ଘଟଣାସ୍ଥଳରେ ପହଂଚି କୁକୁଡ଼ା ଚିଆଁକୁ ପରୀକ୍ଷା କରିବା ପରେ ଚିଆଁ ଗୁଡିକୁ ଏସିଡ ମାଡ଼ ହୋଇଥିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି ବୋଲି ସୂଚନା ପ୍ରଦାନ କରିଥିବା ବେଳେ ଘଟଣା ସମ୍ପର୍କରେ କୁକୁଡ଼ା ଫାର୍ମର ମାଲିକ ଓ ତଦନ୍ତ ପାଇଁ ଆସିଥିବା ସୁପର ଭାଇଜର ନିଜର ପତିକ୍ରିୟା ରଖିଥିଲେ ।