କୋଏମ୍ବାଟୁର : ବେଙ୍ଗାଲୁରରୁ ମାଳଦ୍ୱୀପର ମାଲେ ଯାଉଥିବା ଗୋ ଫାଷ୍ଟର ଏକ ବିମାନର ଇଞ୍ଜିନ ଶୁକ୍ରବାର ହଠାତ୍ ଖରାପ ହୋଇଯାଇଥିଲା। ଇଞ୍ଜିନ ଓଭର ହିଟ୍ ହେବା କାରଣରୁ ଆଲାର୍ମ ବାଜିଥିଲା। ଏହାପରେ ବିମାନକୁ ତୁରନ୍ତ କୋଏମ୍ବାଟୁର ବିମାନ ବନ୍ଦରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା। ମିଳିଥିବା ସୂଚନା ଅନୁସାରେ, ବିମାନରେ ୯୨ ଯାତ୍ରୀ ଥିଲେ। ପାଇଲଟ୍ ଙ୍କୁ ତାମିଲନାଡୁ ସହରର ଉପରେ ଉଡାଣ ଭରିବା ସମୟରେ ଧୂଆଁ ବାହାରିବାର ବା ସ୍ମୋକ ଆର୍ଲଟ ମିଳିଥିଲା। ପିଟିଆଇର ସୂଚନା ଅନୁସାରେ,ଦୁଇଟି ଇଞ୍ଜିନ ଗରମ ହେବାପରେ ଆଲାର୍ମ ବନ୍ଦ ହୋଇଯାଇଥିଲା। ଇଞ୍ଜିନିୟରମାନେ ଇଞ୍ଜିନର ଯାଞ୍ଚ କରିଥିଲେ ଓ ଘୋଷଣା କରିଥିଲେ ଯେ, ଆଲାର୍ମରେ କିଛି ଖରାପ ରହିଛି ଓ ଘୋଷଣା କରିଥିଲେ ବିମାନ ଉଡାଣ କରିବାକୁ ଫିଟ୍ ଅଛି। ଗୋ ଫାଷ୍ଟର ମୁଖପାତ୍ର କହିଛନ୍ତି, ଶୁକ୍ରବାର ମଧ୍ୟାହ୍ନ ୧୨ଟା ବେଳେ ବିମାନ ଏୟାରବସ୍ ୩୨୦ ଟେକଅଫ୍ କରିଥିଲା। ଏକ ଘଣ୍ଟା ପରେ ଇଞ୍ଜିନ ଅତ୍ୟାଧିକ ଗରମ ହେବାର ଚେତାବନୀ ଘଣ୍ଟି ବାଜିଥିଲା। ପାଇଲଟ୍ ତୁରନ୍ତ ଏୟାର ଟ୍ରାପିକ୍ କନଟ୍ରୋଲ ସହିତ ଯୋଗାଯୋଗ କରି ପାଖରେ କୋଏମ୍ବାଟୁର ବିମାନ ବନ୍ଦରରେ ଓହ୍ଲାଇବାର ଅନୁମତି ମାଗିଥିଲେ। ଏହାପରେ ବିମାନର ଏମର୍ଜେନ୍ସିଂ ଲ୍ୟାଣ୍ଡିଂ କରାଯାଇଥିଲା।