ନୂଆଦିଲ୍ଲୀ: ବାରାଣସୀ ସିଭିଲ୍ ଜଜ୍ଙ୍କ ସର୍ଭେ ନିର୍ଦ୍ଦେଶକ୍ରମେ ଶନିବାରଠାରୁ ଆରମ୍ଭ ହେବାକୁ ଥିବା ସର୍ଭେ କାର୍ଯ୍ୟକୁ ରୋକିବା ପାଇର୍ ଶୁକ୍ରବାର ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ମସ୍ଜିଦ୍ରେ ସ୍ଥିତାବସ୍ଥା ବଜାୟ ରଖିବା ନିମନ୍ତେ ମାମଲାରେ ତୁରନ୍ତ ହସ୍ତକ୍ଷେପ ପାଇଁ ପ୍ରଧାନ ବିଚାରପତି ଏନ୍ଭି ରମନ୍ନାଙ୍କୁ ଅନୁରୋଧ କରି ସିନିୟର୍ ଆଡ୍ଭୋକେଟ୍ ହୁଜେଫା ଅହମଦୀ ଅଞ୍ଜୁମନ୍ ଇନ୍ତେଜାମିଆ ମସ୍ଜିଦ୍ କମିଟି ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିସନ୍ ଦାୟର କରିଥିଲେ । ସର୍ବୋଚ୍ଚ କୋର୍ଟ ସର୍ଭେ ବନ୍ଦ ପାଇଁ ମନା କରିବା ସହ ସମୟ ଆସିଲେ ଆବେଦନର ବିଚାର କରାଯିବ ବୋଲି କହିଥିଲେ ।