ନୂଆଦିଲ୍ଲୀ: ଚୀନ୍ର ଶିନ୍ଜିୟାଙ୍ଗ୍ ଅଞ୍ଚଳରେ ୧୦ ହଜାରରୁ ଊର୍ଦ୍ଧ୍ୱ ଉଇଗର୍ ମୁସ୍ଲମାନଙ୍କୁ ବନ୍ଦୀ ଭାବେ ରଖାଯାଇଛି । ଚୀନ୍ ଦ୍ୱାରା ପୂର୍ବରୁ ରିପୋର୍ଟ କରାଯାଇ ନଥିବା ଏକ ଡାଟାବେସ୍ର ଲିଗ୍ ସୂଚୀରୁ ଏହା ଜଣାଯାଇଛି । ଏହି ରିପୋର୍ଟ ନ୍ୟୁଜ୍ ଏଜେନ୍ସି ଏଏଫ୍ପି ଦେଇଛି । ଶିନ୍ଜିୟାଙ୍ଗ୍ ଅଞ୍ଚଳ ଚୀନ୍ କମ୍ୟୁନିଷ୍ଟ ଅଧିକାରୀଙ୍କ ଦ୍ୱାରା ସଂରକ୍ଷିତ ଅଞ୍ଚଳ । ସେଠାରେ ବହୁ ଡିଟେନ୍ସନ୍ ସେଣ୍ଟର୍ ଓ ଜେଲ୍ର ଏକ ସିକ୍ରେଟ୍ ନେଟ୍ୱାର୍କ ରହିଛି । ରିସର୍ଚ୍ଚର୍ଙ୍କ ଅନୁସାରେ ସେଠାରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଉଇଗର ଓ ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ବନ୍ଦୀକରି ରଖାଯାଇଛି ।
ରିପୋର୍ଟ ଅନୁସାରେ ଲିକ୍ ସୂଚୀରେ ପ୍ରତ୍ୟେକ ବନ୍ଦୀଙ୍କ ନାମ, ଜନ୍ମ ତାରିଖ, ଜାତୀୟତା, ଆଇଡି କାର୍ଡ, ଠିକଣା, ଅଭିଯୋଗ, ଦଣ୍ଡ ଅବଧି ଓ ଜେଲ୍ ସମ୍ପର୍କରେ ସୂଚନା ରହିଛି । ଏହା ୨୦୧୪-୨୦୧୮ ପର୍ଯ୍ୟନ୍ତ ତଥ୍ୟା ରହିଛି । ସାମାଜିକ ବ୍ୟବସ୍ଥାକୁ ବାଧା ପହଞ୍ଚାଇବା ପାଇଁ ଏକ ସମୂହକୁ ଏକତ୍ର କରିବା, ଚରମପନ୍ଥକୁ ପ୍ରୋତ୍ସାହିତ କରିବା ଏବଂ ମାମଲାକୁ ଉସୁକାଇବା ସହିତ ଅନ୍ୟ କେତେକ ଅଭିଯୋଗରେ ଦଣ୍ଡାଦେଶ ଦିଆଯାଇଛି ।
ପାଶ୍ଚାତ୍ୟ ଦେଶଗୁଡ଼ିକ ଉଇଗର୍ଙ୍କ ସହିତ ଅତ୍ୟାଚାରକୁ ନରସଂହାର ଆଖ୍ୟା ଦେଉଥିବା ବେଳେ ଚୀନ୍ ଏହାକୁ ଟ୍ରେନିଂ ସେଣ୍ଟର୍ କହି ନିଜର ସୁରକ୍ଷା କରିଆସୁଛି । ସୂଚନାଯୋଗ୍ୟ, ଚୀନ୍ର କଥିତ ଦୁର୍ବ୍ୟବହାରର ତଦନ୍ତ ପାଇଁ ଜାତିସଂଘ ମାନବାଧିକାର କମିଶନ୍ ପ୍ରମୁଖ ମିଚେଲ୍ ବାଚେଲେଟ୍ ଚଳିତ ମାସରେ ଶିନ୍ଜିୟାଙ୍ଗ୍ ଯାତ୍ରା କରିବେ ।