35.1 C
Bhubaneswar
Tuesday, April 23, 2024
Homeଓଡିଶାଲାକ୍ରା ହକି ଦଳର ନୂଆ କ୍ୟାପଟେନ

ଲାକ୍ରା ହକି ଦଳର ନୂଆ କ୍ୟାପଟେନ

ଭୁବନେଶ୍ୱର: ଏସିଆ କପ୍ ଆସନ୍ତା ୨୩ ତାରିଖରୁ ଇଣ୍ଡୋନେସିଆରେ ଆରମ୍ଭ ହେବାକୁ ଯାଉଛି । ଏସିଆ କପରେ କମାଲ କରିବା ପାଇଁ ୧୮ ଜଣିଆ ଦଳ ଘୋଷଣା ହୋଇସାରିଥିଲା । ଦଳର ଅଧିନାୟକ ଭାବେ ଦାୟିତ୍ୱ ଭାର ଭାରତୀୟ ହକି ଦଳର ଡ୍ରାଗ୍ ଫ୍ଲିକର ରୁପିନ୍ଦର ପାଲ ସିଂହଙ୍କୁ ଦିଆଯାଇଥିଲା । ଏବଂ ଉପ ଅଧିନାୟକ ଭାବେ ଓଡ଼ିଆ ହକି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ନିଯୁକ୍ତି କରାଯାଇଥିଲା । ଅଧିନାୟକ ଭାବେ ନିଯୁକ୍ତି ପାଇଥିବା ଡ୍ରାଗ୍ ଫ୍ଲିକର ରୁପିନ୍ଦର ଅଭ୍ୟାସ ସମୟରେ ଆହତ ହୋଇଥିଲେ । ଯାହା ପରେ ଭାରତୀୟ ହକି ଦଳର ପୁରା ଦାୟିତ୍ୱ ଓଡ଼ିଆ ହକି ତାରକା ତଥା ଅଲିମ୍ପିକ ବ୍ରୋଞ୍ଜ୍ ପଦକ ବିଜେତା ବୀରେନ୍ଦ୍ର ଲାକ୍ରାଙ୍କୁ ଦିଆଯାଇଛି । ଇଣ୍ଡୋନେସିଆରେ ହେବାକୁ ଥିବା ହିରୋ ମେନ୍ସ ଏସିଆ କପ୍ ଭାରତୀୟ ଟିମ୍ ବୀରେନ୍ଦ୍ର ଲାକ୍ରାଙ୍କ ଅଧିନାୟକତ୍ବରେ ଖେଳିବ। ଏଥି ପାଇଁ ବୀରେନ୍ଦ୍ର ଲାକ୍ରାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । କ୍ୟାପଟେନ ଲାକ୍ରା ଓ ପୂରା ଭାରତୀୟ ହକି ଟିମକୁ ଆଗାମୀ ମ୍ୟାଚ୍ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking