କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ପୌରପରିଷଦ ଅନ୍ତର୍ଗତ ଟେଲିଫୋନ ଏକ୍ସଚେଞ୍ଜ ସାମ୍ନାରେ ଥିବା ସରକାରୀ ଜମି ଉପରେ ନିର୍ମାଣ ହେଉଥିବା ଜବରଦଖଲକୁ ଶୁକ୍ରବାର ପ୍ରଶାସନ ତରଫରୁ ଉଛେଦ କରାଯ଼ାଇଛି. ଖବରରୁ ଜଣାପଡିଛି ଯ଼େ, ଏହି ସରକାର ଜମି ଉପରେ ତିନିଟି ପକ୍କାଘର ନିର୍ମାଣ ହୋଉଥିଲା. ଏହି ଖବର ପାଇ ସୁନାବେଡା ପୌରପରିଷଦ ନିର୍ବାହୀ ଅଧିକାରୀ ସସ୍ତିକ ଜମାଦାର ସହିତ ସେମିଲିଗୁଡା ତହସିଲଦାର ଶରତ କୁମାର ମାଝୀ ସୁନାବେଡା ପୋଲିସଙ୍କ ସହାୟତାରେ ଘଟଣା ସ୍ଥଳରେ ପହଁଚି ଏହି ବେଆଇନ ନିର୍ମାଣ କାର୍ଯ଼୍ୟକୁ ସ୍ଥଗିତ ରଖିିବା ସହିତ ସେମାନଙ୍କ ଉପସ୍ଥିତରେ ଅର୍ଦ୍ଧ ନିର୍ମିତ ଘର ଗୁଡିକୁ ଭଙ୍ଗାଯ଼ାଇଥିଲା । ଜବରଦଖଲ ଉଚ୍ଛେଦ ସମୟରେ ପୌର ସହକାରୀ ଯ଼ନ୍ତ୍ରୀ ମନୋଜ କୁମାର ପାତ୍ର, ଚିତର଼ଞ୍ଜନ ସାହୁ, ସୁନାବେଡା ଥାନା ଅଧିକାରୀ ପ୍ରଦ୍ୟୁମ୍ନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଘର ନିର୍ମାଣ ହୋଉଥିବା ସ୍ଥାନଟି ପୌରାପରିଷଦ କାର୍ଯ୍ୟାଳୟ ଠାରୁ ପ୍ରାୟ ଦୁଇଶହ ମିଟର ଭିତରେ ଅବସ୍ଥିତ ।
ଏହାର କିଛି ଦୂରରେ ପୋଲିସ ଥାନା, ଆହାର କେନ୍ଦ୍ର, ଡାକ୍ତରଖାନା, ମହିଳା ଓ ଶିଶୁ ବିକାଶ କେନ୍ଦ୍ର ରହିଛି. ପ୍ରଶାସନ ଓ ଜନସାଧାରଣଙ୍କ ଆଖି ଆଡୁଆଳରେ ଅତି ଚତୁରତାର ସହ ଦୀର୍ଘଦିନରୁ ଚାଲିଥିବା ଏହି ଘର ନିର୍ମାଣ କାର୍ଯ଼୍ୟ ଏକ ଆଶ୍ଚର୍ଯ଼୍ୟର ବିଷୟ ହୋଇଛି । ତେବେ ଏହି ନିର୍ମାଣ କିଏ କରୁଥିଲା ଏହା ଏବେ ରହସ୍ୟ ମଧ୍ୟରେ ରହିଥିବା ବେଳେ ଏହି ନିର୍ମାଣ କାର୍ଯ଼୍ୟଟି ସୁନାବେଡ଼ା ପୌରାପରିଷଦ କାର୍ଯ଼୍ୟାଳୟର ଜଣେ କର୍ମଚାରୀ କରୁଥିବା କେତେକ ବୁଦ୍ଧିଜିବୀ ଆଶଙ୍କା ପ୍ରକାଶ କରିଛନ୍ତି ।
ସୁନାବେଡା ପୌରାଞ୍ଚଳରେ ଅଧିକାଂଶ ସରକାରୀ ଜମି ଉପରେ ଜବରଦଖଲ ଜାରି ରହିଥିବା ଦେଖିବାକୁ ମିଳୁଥିବା ବେଳେ ପୌରପରିଦ କତୃପକ୍ଷ ନିରବ ଦ୍ରଷ୍ଟା ସାଜିଛି. ଏଠାରେ ସୂଚନାଯୋଗ୍ୟ ଯେ କିଛିଦିନ ପୂର୍ବରୁ ପ୍ରଶାସନିକ କର୍ତ୍ତୃପକ୍ଷ ସୁବାବେଡ଼ା ପୌରାପରିଷଦ ଅନ୍ତର୍ଗତ ଡିପିକ୍ୟାମ୍ପ, ରାଜୀବି କଲୋନୀ ସହ ଅନ୍ୟାନ୍ୟ ସ୍ଥାନରେ ଦିନମଜୁରିଆ ଖଟିଖିଆ ଗରିବ ଲୋକମାନଙ୍କର ନିର୍ମାଣାଧୀନ ବସଗୃହକୁ ବଳପ୍ରୟୋଗ ଭାଙ୍ଗି ଦେଇଥିଲେ କିନ୍ତୁ ପ୍ରଭାବଶାଳୀ ଧନୀକ ଶ୍ରେଣୀ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ପ୍ରଶାସନିକ କର୍ତ୍ତୃପକ୍ଷ ନିରବ ରହିବା ସାଧାରଣରେ ପ୍ରଶ୍ନଚିହ୍ନ ସୃଷ୍ଟି କରୁଛି । ତେଣୁ ଏହି ବେନିୟମ କାର୍ଯ଼୍ୟକଳାପରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଶକ୍ତ କାର୍ଯନୁଷ୍ଠାନ ପାଇଁ ବୁଦ୍ଧିଜୀବୀ ମହଲ ଓ ଜନସାଧାରଣଙ୍କ ତରଫରୁ ଦାବି ଜର ଧରିଛି।