17.1 C
Bhubaneswar
Thursday, January 9, 2025
Homeଓଲିଉଡଦୁର୍ଗମ ଗାଁ’ରେ କରୋନା ଲଢ଼େଇ, ନଦୀପାର ହୋଇ ଗାଁ’ରେ ପହଞ୍ଚିଲେ ଡାକ୍ତରୀ ଟିମ୍‌

ଦୁର୍ଗମ ଗାଁ’ରେ କରୋନା ଲଢ଼େଇ, ନଦୀପାର ହୋଇ ଗାଁ’ରେ ପହଞ୍ଚିଲେ ଡାକ୍ତରୀ ଟିମ୍‌

  1. ରାୟଗଡା :ରାୟଗଡାର ଦୁର୍ଗମ ଗାଁରେ ଚାଲିଛି ମହାମାରୀ ବିରୋଧି ଲଢ଼େଇ । କରୋନା ଦ୍ୱିତୀୟ ଲହରରେ ଲଗାତାର ଭାବେ ଜିଲ୍ଲାରେ ସଂକ୍ରମଣ ହାର ଉଦବେଗଜନକ ରହୁଥିବାରୁ ଉପାନ୍ତ ଗ୍ରାମରେ କରୋନା ସଂକ୍ରାନ୍ତିୟ ସଚେତନତା ପାଇଁ ଉଦ୍ୟମ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଗାଁଠୁ ସହର ଯାଏଁ, ସବୁଠି ମହାମାରୀ ସଂକ୍ରମଣ ରୋକିବା ଲାଗି ଚାଲିଛି ପ୍ରାଣମୂର୍ଚ୍ଚା ଉଦ୍ୟମ । ମୁଖ୍ୟମନ୍ତ୍ରୀଙ୍କ ‘ଥ୍ରୀ’ ଟି ଯଥା, ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟ୍ ମନ୍ତ୍ରଣା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ବୁଧବାର ରାୟଗଡା ସଦର ବ୍ଲକ ଅଧିନ ସୀମାନ୍ତ କେରେଡା ପଞ୍ଚାୟତ ଦୁର୍ଗମ ଅନିଜା ଗାଁରେ ବରି ପ୍ରଶାସନିକ ଅଧିକାରୀଙ୍କ ସମେତ ସ୍ୱାସ୍ଥ୍ୟ ଟିମ ପହଞ୍ଚି ସନ୍ଧିଗ୍ଧ ଗ୍ରାମବାସୀଙ୍କ ସ୍ୱାବ ନମୁନା ପରୀକ୍ଷା କରିିଛି । ଏଥିସହିତ ସ୍ଥାନୀୟ ଆମ୍ପଲବାଲ୍ସା ଠାରେ ନାକା କରାଯାଇଥିବା ସ୍ଥଳେ ଆନ୍ଧ୍ରପଟୁ ଆସୁଥିବା ବ୍ୟକ୍ତିଙ୍କ ଯାଞ୍ଚ କିଭଳି ଚାଲିଛି ସେ ନେଇ ତନଖି କରିବାକୁ ତହସିଲଦାର ଉମାଶଙ୍କର ବେହେରା ସୀମାନ୍ତରେ ତଦାରଖ କରିଥିଲେ । ତେବେ ଅନିଜା ଗାଁରେ ପହଞ୍ଚିବା ନେଇ ସ୍ୱାସ୍ଥ୍ୟ ଓ ପ୍ରଶାନିକ ଅଧିକାରୀଙ୍କ ନିକଟରେ ବଡ ଚ୍ୟାଲେଞ୍ଜ ଉଭା ହୋଇଥିଲା । ଗାଁକୁ ଭଲ ରାସ୍ତା ଖଣ୍ଡେ ନଥିବାରୁ ଗାଁକୁ ଯାଇ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ଅସମ୍ଭବ ମନେହେଉ ଥିବାବେଳେ ପ୍ରଶାସନିକ ଅଧିକାରୀ ଟ୍ରାକ୍ଟର ଜିଆରେ ଉଚ୍ଛୁଳା ନଦୀ ପାର କରିବାକୁ ଯୋଜନା କରିଥିଲେ । ଦୁର୍ଗମ ଅନିଜା ଗ୍ରାମବାସୀଙ୍କୁ ହାତ ପାହାନ୍ତାରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ପ୍ରଶାସନିକ ଅଧିକାରୀ ଭୟଭିତ ନହୋଇ ଟ୍ରାକ୍ଟର ଦ୍ୱାରା ନଦୀ ପାର କରି ଗାଁରେ ପହଞ୍ଚିଥିଲେ । ରାୟଗଡା ତହସିଲଦାର ଉମାଶଙ୍କର ବେହେରା ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝୀ, ଡା. ସୁନିଲ ମହାପାତ୍ର ନିଜ ଜୀବନ ପ୍ରତି ଟିକେ ହେଲେ ବି ଭୟ ଅନୁଭବ ନକରି ଗ୍ରାମବାସୀଙ୍କୁ ମହାମାରୀ ସଂକ୍ରମଣଠୁ ରକ୍ଷା ସକାଶେ ଗାଁରେ ପହଞ୍ଚି ଲୋକଙ୍କୁ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ମହାମାରୀ ଲଢେଇ ବିରୋଧରେ ମାସ୍କ ଓ ସମାଜିକ ଦୂରତା ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରିଥିଲେ । ତେବେ ସ୍ୱାସ୍ଥ୍ୟ ବିଭାଗର ଏହି ଟିମ୍ ଗାଁର ୨୮୩ଜଣ ବ୍ୟକ୍ତିଙ୍କ କରୋନା ପରୀକ୍ଷା କରିଥିବାବେଳେ ଏଥିମଧ୍ୟରୁ ୯ଜଣ ସ୍ୱାବ ନମୁନା କରୋନା ପଜିଟିଭ ଥିବା ସୂଚନା ମିଳିଛି । ଅନ୍ୟପକ୍ଷେ ମହାମାରୀ ସଂକ୍ରମଣ ଭୟାବହତାକୁ ଦେଖି ଲୋକେ ନିଜ ପରିବାର ସଦସ୍ୟକୁ ପର କରି ଦେଇ ନିଜର ସୁରକ୍ଷା ପାଇଁ ସ୍ୱାର୍ଥବାଦୀ ହୋଇଥିବା ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନିକ ଅଧିକାରୀମାନେ ଟ୍ରାକ୍ଟର ଜରିଆରେ ଉଚ୍ଛୁଳା ନଦୀ ପାର ହୋଇ ଗାଁରେ ପହଞ୍ଚି ଲୋକଙ୍କୁ କରୋନା ସମ୍ବନ୍ଧରେ ସଚେତନତା କରିବା ଘଟଣା ଲୋକଲୋଚନକୁ ଆସିବା ପରେ ଅଧିକାରୀଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ଶୁଅ ଛୁଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking