36.1 C
Bhubaneswar
Wednesday, April 29, 2026
Homeଦେଶ ବିଦେଶଭୁଶୁଡ଼ିଲା ପ୍ଲାଣ୍ଟର ସିଲୋ: ୪ ଶ୍ରମିକ ମୃତ

ଭୁଶୁଡ଼ିଲା ପ୍ଲାଣ୍ଟର ସିଲୋ: ୪ ଶ୍ରମିକ ମୃତ

ରାୟପୁର: ଛତିଶଗଡ଼ର ମୁଙ୍ଗେଲି ଜିଲ୍ଲାରେ ଥିବା ଗୋଟିଏ ଷ୍ଟିଲ ପ୍ଲାଣ୍ଟର ସିଲୋ ଭୁଶୁଡ଼ି ପଡ଼ିଛି। କାମ ସମୟରେ ଏହା ଭୁଶୁଡ଼ି ପଡ଼ିଥିବାରୁ ୪ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। ୨ ଜଣଙ୍କୁ ଜୀବିତ ଅବସ୍ଥାରେ ଧ୍ୱଂସାବଶେଷ ତଳୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ଏବେ ବି ଅନେକ ଶ୍ରମିକ ଭୁଶୁଡ଼ି ପଡ଼ିଥିବା ସିଲୋ ତଳେ ରହିଥିବା ଆଶଙ୍କା କରାଯାଉଛି। ସିଲୋ ହେଉଛି ଲୁହାରେ ତିଆରି ହୋଇଥିବା ବିରାଟକାୟ ସିଲଣ୍ଡର ଆକୃତିର ଷ୍ଟ୍ରକଚର। ଇଟା ଭାଟିରେ ଲାଗୁଥିବା ଚିମିନି ଭଳି ଏହା ଦେଖିବାକୁ। ଷ୍ଟିଲ ପ୍ଲାଟର ଜିନିଷ ରଖିବାକୁ ସିଲୋର ବ୍ୟବହାର ହୋଇଥାଏ। ମୁଙ୍ଗେଲି ଏସ୍‌ପି ଭୋଜରାମ ପଟେଲ କହିଛନ୍ତି, ସାରଗାଓଁ ଅଞ୍ଚଳରେ ଥିବା କୁସୁମ ଷ୍ଟିଲ ପ୍ଲାଣ୍ଟରେ କାମ ଚାଲୁଥିବା ବେଳେ ମଧ୍ୟାହ୍ନ ସମୟରେ ପୂରା ଘଟଣା ଘଟିଛି। ଘଟଣା ବେଳେ ସିଲୋ ନିକଟରେ ୮ରୁ ୧୦ ଜଣ ଶ୍ରମିକ କାମ କରୁଥିଲେ। ସିଲୋ ଭୁଶୁଡ଼ି ପଡ଼ିବାରୁ ଏହା ତଳେ ସମସ୍ତେ ଚାପି ହୋଇ ରହିଯାଇଥିଲେ। ପୁଲିସ୍‌ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାର କାର୍ଯ୍ୟରେ ମେସିନ ମଧ୍ୟ ବ୍ୟବହାର କରାଯାଉଛି। ଧ୍ୱଂସାବଶେଷ ତଳକୁ ୨ ଜଣଙ୍କୁ ଉଦ୍ଧାର କରାଯାଇ ବିଳାସପୁରକୁ ଚିକିତ୍ସା ପାଇଁ ପଠାଯାଇଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking