20.1 C
Bhubaneswar
Thursday, January 15, 2026
Homeଓଡିଶାବର୍ବରତାର ସୀମା ଟପିଲେ ଏଏସଆଇ; ଯୁବତୀଙ୍କ ସହ....

ବର୍ବରତାର ସୀମା ଟପିଲେ ଏଏସଆଇ; ଯୁବତୀଙ୍କ ସହ….

ଭୁବନେଶ୍ୱର : ରକ୍ଷକ ସାଜିଲା ଭକ୍ଷକ। ବର୍ବରତାର ସୀମା ଟପିଲେ ଏଏସଆଇ। ପୋଲିସ ଖାକିରେ ଲାଗିଲା କଳଙ୍କ।ପ୍ଲାଟଫର୍ମରେ ଯୁବତୀଙ୍କୁ ଏକା ପାଇ ସାଥିରେ ଡାକି ନେଇଗଲେ ଏଏସଆଇ। ଯାହା ପାଖରୁ ସୁରକ୍ଷା ମିଳିବା କଥା ସେଠି ଅସୁରକ୍ଷିତ ହୋଇଗଲେ ଯୁବତୀ। ସାହାଯ୍ୟ କରିବା ବାହାନାରେ ରୁମ୍ ଭିତରେ କବାଟ କିଳି କଲେ ଅସଦାଚରଣ। ଅଭିଯୋଗ ପରେ ଗିରଫ ହେଲେ ଏଏସଆଇ। ଭୁବନେଶ୍ୱର ଆରପିଏଫ ଏଏସଆଇ ନିରଞ୍ଜନ ଜେନା ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି।

ସୂଚନା ଅନୁଯାୟୀ, ଜଣେ ଯୁବତୀ ୨ ଦିନ ପୂର୍ବରୁ ଟ୍ରେନ୍‌ରେ ଆସି ଷ୍ଟେସନରେ ଓହ୍ଲାଇଥିଲେ। ହଷ୍ଟେଲ ବନ୍ଦ ଥିବାରୁ ଆରପିଏଫ ଥାନାକୁ ଯାଇଥିଲେ। ସେଠାରେ ଏଏସଆଇ ନିରଞ୍ଜନ ଯୁବତୀଙ୍କୁ ଏକ ରୁମ୍‌କୁ ଡାକି ନେଇଥିଲେ। ଯୁବତୀ ଜଣଙ୍କ ରୁମ୍ ଭିତରକୁ ଯିବାପରେ ନିରଞ୍ଜନ କବାଟ ବନ୍ଦ କରିଦେଇଥିଲେ। ବନ୍ଦ ଘର ଭିତରେ ଯୁବତୀଙ୍କ ସହ ଅସଦାଚରଣ କରିଥିଲେ। ଯୁବତୀ ଜଣଙ୍କ ଭୟଭୀତ ହେଇ ପିସିଆରକୁ କଲ କରିଥିଲେ। ପିସିଆର୍ ଆସି ଯୁବତୀଙ୍କୁ ଉଦ୍ଧାର କରିଛି। ଏନେଇ ଜିଆରପି ଥାନାରେ ଅଭିଯୋଗ ପରେ ଏଏସଆଇ ନିରଞ୍ଜନଙ୍କୁ ପୋଲିସ ଗିରଫ କରିଛି । ଯୁବତୀଙ୍କ ଘର ଜଗତସିଂପୁରରେ ବୋଲି ଜଣାପଡ଼ିଛି। ସେ ଭୁବନେଶ୍ୱରରେ ହଷ୍ଟେଲରେ ରହୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking