28.1 C
Bhubaneswar
Thursday, March 28, 2024
Homeଓଡିଶାମୁଖ୍ୟ ଶାସନ ସଚିବଙ୍କ କୋଭିଡ୍ ସମୀକ୍ଷା, ଏୟାର୍ ଆମ୍ବୁଲାନ୍ସ ଦାବିକେଲ ବାହିନୀପତି

ମୁଖ୍ୟ ଶାସନ ସଚିବଙ୍କ କୋଭିଡ୍ ସମୀକ୍ଷା, ଏୟାର୍ ଆମ୍ବୁଲାନ୍ସ ଦାବିକେଲ ବାହିନୀପତି

କୋରାପୁଟ : ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ ମହାପାତ୍ର ସୋମବାର କୋରାପୁଟ ଜିଲ୍ଲାର ଜୟପୁର ଗସ୍ତ କରିଥିଲେ । ଜିଲ୍ଲାରେ କୋଭିଡ୍ ସ୍ଥିତି ସମୀକ୍ଷା କରିବା ସହ ନୂତନ ଭାବେ କୋଭିଡ୍ ହସ୍ପିଟାଲ୍ ରୂପେ ଆରମ୍ଭ ହେବାକୁ ଥିବା ଗ୍ଲୋକାଲ୍ ହସ୍ପିଟାଲ୍ ପରିଦଶର୍ନ କରିଛନ୍ତି । ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ସଚିବ ହେଲିକପ୍ଟର ଯୋଗେ ଆସି ଜୟପୁର ଏୟାର୍ ଷ୍ଟ୍ରୀପରେ ଅବତରଣ କରିବା ପରେ ଜିଲ୍ଲାପାଳ ଅବଦ୍ଦାଲ୍ ଏମ୍ ଅଖତାର୍‌,ଏସ୍‌ପି ବରୁଣ ଗୁଂଟୁପାଲ୍ଲି, ଅତିରିକ୍ତ ଜିଲ୍ଲାପାଳ ଦେବେନ୍ କୁମାର ପ୍ରଧାନ, ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ମକରନ୍ଦ ବେଉରା, ଜୟପୁର ତହସିଲଦାର ପ୍ରଧାନ ଟୁଲି ଆମ୍ମା ପ୍ରମୁଖ ସ୍ୱାଗତ କରିଥିଲେ । ଏୟାର୍ ଷ୍ଟ୍ରୀପରୁ ମୁଖ୍ୟ ସଚିବ ଗ୍ଲୋକାଲ ହଷ୍ପିଟାଲ ପରିଦର୍ଶନ କରି ଥିଲେ । ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିବାରୁ ଘରୋଇ ହସ୍ପିଟାଲ୍ ଗ୍ଲୋକାଲରେ କୋଭିଡ୍ ଚିକିତ୍ସା କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ମୁଖ୍ୟ ସଚିବ ସୂଚନା ଦେଇଛନ୍ତି । ଗ୍ଲୋକାଲ ଡାକ୍ତରଖାନାରେ ଆରମ୍ଭ ହେବାକୁଥିବା ୯୪ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲରେ ୭୦ଟି ଅକ୍ସିଜେନ ଜଡ଼ିତ ଓ ୨୪ଟି ଆଇସିୟୁ ବ୍ୟବସ୍ଥା ଥିବା ମୁଖ୍ୟ ସଚିବ କହିଛନ୍ତି । ସେପଟେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ରୋଗୀଙ୍କ ଆବଶ୍ୟକତା ଅନୁସାରେ ଗ୍ଲୋକାଲ ହସ୍ପିଟାଲ ଖୋଲିବା ଜରୁରି ରହିଛି ଖୁବ୍‌ଶୀଘ୍ର ଜୟପୁର ପାଇଁ ଦୁଇଟି ଏୟାର ଆମ୍ବୁଲାନ୍ସ ଆବଶ୍ୟକତା ନେଇ ବିଧାୟକ ଦାବି ରଖିଛନ୍ତି । କୋରାପୁଟ ଜିଲ୍ଲାପାଳ କହିଛନ୍ତି ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ପରେ ଆସନ୍ତା ଦୁଇଦିନ ଭିତରେ ଆରମ୍ଭ ହେବ ଏହି ଦିତୀୟ ହସ୍ପିଟାଲ । ଆଗାମୀ ଦୁଇମାସରେ ଜିଲ୍ଲାର ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟ ଶେଷ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ସଚିବ ଯାହା କାର୍ଯ୍ୟକାରୀ ହେଲେ ଉଭୟ ଜିଲ୍ଲା ମେଡିକାଲ କଲେଜ ଓ କୋଭିଡ ହସ୍ପିଟାଲ ପାଇଁ ଅସୁବିଧା ହେବନାହିଁ ଓ ଉଭୟ ହସ୍ପିଟାଲ ଅକ୍ସିଜେନ ପାଇଁ ଆତ୍ମନିର୍ଭର ହୋଇ ପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking