ନୂଆଦିଲ୍ଲୀ: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ର ପ୍ଲେଇଂ କଣ୍ଡିସନ ଘୋଷଣା କରିଛି । ଏହା ଅନୁସାରେ ଯଦି ଫାଇନାଲ ମ୍ୟାଚ ଟାଇ କିମ୍ବା ଡ୍ର ରହିବ, ତେବେ ଦୁଇଟି ଯାକ ଟିମ ସଂଯୁକ୍ତ ବିଜେତା ବନିବେ । ଫାଇନାଲ ମୁକାବିଲା ୧୮ରୁ ୨୨ ଜୁନ ପର୍ଯ୍ୟନ୍ତ ସାଉଥମ୍ପଟନରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ । ୨୩ ଜୁନକୁ ସଂରକ୍ଷଣ ରଖାଯାଇଛି । ଟିମ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚ ଜିତି ରେକର୍ଡ କରିବାକୁ ଚାହିଁବ । ହେଲେ ଯଦି ମ୍ୟାଚ ଡ୍ର ରହିବ, ତଥାପି ଟିମ ଏହି ରେକର୍ଡ କରିପାରିବ । ଆଇସିସି ଟୁର୍ଣ୍ଣାମେଣ୍ଟ କଥା ଯଦି କହିବା, ତେବେ ସେ ଦିନିକିଆ ବିଶ୍ୱ କପ, ଟି୨୦ ବିଶ୍ୱ କପ ଓ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଆୟୋଜନ କରିଥାଏ । ଏହାବ୍ୟତୀତ ୨୦୧୭ ପର୍ଯ୍ୟନ୍ତ ଚାମ୍ପିୟଂସ ଚାମ୍ପିୟଂସ ଟ୍ରଫିର ଆୟୋଜନ ବି ଆଇସିସି କରୁଥିଲା । ମାତ୍ର ଏବେ ଏହାର ଆୟୋଜନ ବନ୍ଦ ହୋଇସାରିଛି । ଟେଷ୍ଟକୁ ରୋମାଂଚକର ବନାଇବା ପାଇଁ ଆଇସିସି ୨୦୧୯ରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଆରମ୍ଭ କରିଥିଲେ । ଏଥିରେ ମୋଟ ୯ ଟି ଦଳକୁ ସୁଯୋଗ ଦିଆଯାଏ ।