ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ଏକ ଖୁସି ଖବର ରହିଛି । ଦେଶର ରାଜଧାନୀରେ କରୋନା କେସ ହ୍ରାସ ହେଉଥିବାକୁ ଦୃଷ୍ଟିରେ ରଖି ଲକଡାଉନ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଦିଲ୍ଲୀରେ ଅନଲକ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଘୋଷଣା କରିଛନ୍ତି । ସେ କହିଛନ୍ତି ଅନେକ ପରିଶ୍ରମ ପରେ କରୋନାକୁ ନିୟନ୍ତ୍ରଣ କରାଯାଇଛି । ହେଲେ ଏବେ ବି ପୁରା ଲଢେଇ ସରିନାହିଁ । ଦିଲ୍ଲୀରେ ଲକଡାଉନ ଧିରେ ଧିରେ ଖୋଲିବ । ସର୍ବପ୍ରଥମେ ସେହିମାନଙ୍କୁ ଧ୍ୟାନରେ ରଖାଯିବ, ଯିଏ ଗରିବ, ଶ୍ରମିକ ଓ ପ୍ରବାସୀ । ଆଜି ନିଷ୍ପତ୍ତି ହୋଇଛି ଯେ, ସୋମବାରରୁ କନଷ୍ଟ୍ରକ୍ସନ, ଫ୍ୟାକ୍ଟ୍ରି ଖୋଲାଯିବ । ଆସନ୍ତା ଏକ ସପ୍ତାହ ପାଇଁ ଏହି ଦୁଇ ସେକ୍ଟର କୋଲା ରହିବ ।

LEAVE A REPLY

Please enter your comment!
Please enter your name here