ବୈପାରୀଗୁଡ଼ା : ଆନ୍ଦ୍ର ଓଡ଼ିଶା ମାଲକାନଗିରି ଜିଲ୍ଲା ସୀମାରେ ପ୍ରାଣ ହରାଇଲେ ପ୍ରବାସୀ ।ମାଲକାନଗିରି ଜିଲ୍ଲା ମୋଟୁ ସୀମାରେ ପ୍ରାଣ ହରାଇଥିଲେ ଜଣେ ପ୍ରବାସୀ ଶ୍ରମିକ ।ସେ ବାଲେଶ୍ବର ଜିଲ୍ଲାର ସୋର ବ୍ଳକ ଅନ୍ତର୍ଗତ କୁମ୍ଭୀ ଗାଁର ସୁଧିର ରଞ୍ଜନ ବିଶ୍ବାଳ ଓ ତାଙ୍କ ଭାଇ ଧିରଞ୍ଜନ ବିଶ୍ବାଳ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ।ହେଲେ ଲକଡାଉନ ପରେ ଦୁହେଁ ହାଇଦ୍ରାବାଦରୁ ଏକ ଘରୋଇ ବସରେ ଓଡ଼ିଶା ଫେରୁଥିଲେ ।ମୋଟୁ ସୀମାନ୍ତରେ ସୁଧିର ରଞ୍ଜନ ବିଶ୍ବାଳ ଛାତି ଯନ୍ତ୍ରଣା ଅନୁଭବ କରିଥିଲେ ।ଏହାପରେ ହଠାତ୍ ବସ ଭିତରେ ହିଁ ତାଙ୍କର ମୃତ୍ୟୁ ହୋଇଛି ।ମୃତ ଦେହ ଆନ୍ଧ୍ର ପ୍ରଦେଶ ଭିତରେ ରହିଥିବାରୁ ମାଲକାନଗିରି ଏସଡିପିଓ ଅଂଶୁମାନ ଦିବେଦି ମୋଟୁ ଥାନା ପୋଲିସ ସହ ସିଲେରୁ ନଦୀର ଆରପଟକୁ ଯାଇ ମୃତଦେହକୁ ହାତରେ ଧରି ମାଲକାନଗିରି ସିମା ଭିତରକୁ ଆଣିଛନ୍ତି ।ପରେ କୋଭିଡ ପ୍ରୋଟୋକଲରେ ମୋଟୁରେ ହିଁ ତାଙ୍କ ଶବ ସତ୍କାର କରାଯାଇଛି ।ଯାହା ପୁରା ରାଜ୍ୟରେ ମାଲକାନଗିରି ଏସଡିପିଓ ଅଂଶୁମାନ ଦ୍ୱିବେଦୀ ମାନବିକତାର ପରିଚୟକୁ ସବୁ ମହଲରେ ପ୍ରଶଂସା କରାଯାଇଥିଲା।ଏବେ ମୁଖ୍ୟମନ୍ତ୍ରୀ ଙ୍କ ପକ୍ଷରୁ ଟ୍ୱିଟ ଯୋଗେ ପ୍ରଶଂସା କରଥିବା ଜଣାପଡିଛି ।