ଯାଜପୁର : ଯାଜପୁର ଜିଲ୍ଲାର କୋରେଇ ବ୍ଲକ ଅନ୍ତର୍ଗତ ଶଂଖଚିଲା ହିଙ୍ଗୁଳା ପିଠରେ ଯାଜପୁର ରୋଡ଼ ଜାଭିୟର ସ୍କୁଲ ପ୍ୟାରେଣ୍ଟସ କମିଟି ଏବଂ ବ୍ୟାସ ପବ୍ଲିକ ସ୍କୁଲ ପ୍ୟାରେଣ୍ଟସ କମିଟି ତରଫରୁ ଓଡ଼ିଶା ଅଭିଭାବକ ସଙ୍ଘର ଅଧକ୍ଷ୍ୟ ଶ୍ରୀ ବାସୁଦେବ ଭଟଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା l ଗତ 10.01.21 ତାତିଖରେ ମାନ୍ୟବର ହାଇକୋର୍ଟ ଓ 19.01.21ରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାଇ ସ୍କୁଲ ଫି, ରିଆଡ଼ମିଶନ ଓ ଅନ୍ୟାନ୍ୟ ଫି ଛାଡ଼କୁ ଜିଲ୍ଲାର ସମସ୍ତ ସ୍କୁଲରେ କାର୍ଯ୍ୟକାରୀ କରିବା ପାଇଁ ନିର୍ଦେଶ ଦେଇଥିଲେ l କିଛି ଘରୋଇ ସ୍କୁଲ ଏହାକୁ ନମାନି ମନଇଛା ଫି ଆଦାୟ କରିବାରୁ ବିଭିନ୍ନ ସମୟରେ ମହାସଂଘ ଆନ୍ଦୋଳନ କରିଆସିଛି l ଓଡ଼ିଶା ଅଭିଭାବକ ମହାସଂଘର ଅଧକ୍ଷ୍ୟ ଶ୍ରୀ ବାସୁଦେବ ଭଟ ମୋହଦୟ ସ୍କୁଲ କମିଟିର ସଭ୍ୟମାନଙ୍କ ସହିତ ଆଲୋଚନା କରି କିପରି ଏହାକୁ ଲାଗୁକରାଯିବ ସେଥିପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ କାହ୍ନୁ ଚରଣ ନାୟକଙ୍କ ସହ କଥାହୋଇଥିଲେ l
ଜିଲ୍ଲା ଶିକ୍ଷା ଅଧିକାରୀ ସବୁ ସ୍କୁଲଙ୍କୁ ସରକାରଙ୍କ ନିର୍ଦେଶ ଓ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶନାମାକୁ ଅବମାନନା ନକରି ନିଶ୍ଚୟ ମାନିବେ ବୋଲି କହିଥଲେ l ଯଦି ନ ମାନନ୍ତି ତାହେଲେ ଜିଲ୍ଲା ପ୍ରଶାସନ ଜରିଆରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଥିଲେ । ଆସନ୍ତା 5 ତାରିଖରେ ଏକ ଖବରଦାତା ସମ୍ମିଳନୀ କାରିବାକୁ ଅନୁରୋଧ କରାଯାଇଥିଲା l ସେଥିସହ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରିଙ୍କୁ ଭେଟିବାକୁ ନିଷ୍ପତି ନିଆଯାଇଥିବା ଜାଭିଆର ସ୍କୁଲ ଅଭିଭାବକ ସଂଘ ସଭାପତି ସଂଜୀବ ଜେନା, ସମ୍ପାଦକ ରଞ୍ଜନ ନାୟକ, ବ୍ୟାସନଗର ପବ୍ଲିକ ସ୍କୁଲ ଅଭିଭାବକ ସଂଘ ସଭାପତି ଶିଶିର ରାଉତ ଓ ସମ୍ପାଦକ ସରୋଜ ଦେଏ ଓ ଅନ୍ୟାନ୍ୟ ଅଭିଭlବକ ମାନେ ଯୋଗଦାନ କରିଥଲେ।