19.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶପୁଣି ଏଲଏସି ନିକଟରେ ଡ୍ରାଗନ୍ ଯୁଦ୍ଧାଭ୍ୟାସ

ପୁଣି ଏଲଏସି ନିକଟରେ ଡ୍ରାଗନ୍ ଯୁଦ୍ଧାଭ୍ୟାସ

ନୂଆଦିଲ୍ଲୀ: ପୁଣି ଚାଲାକି ଦେଖାଇଲାଣି ଚୀନ୍‌। ଭାରତ ଚୀନ୍ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖାରୁ ନିଜ ସେନାମାନଙ୍କୁ ହଟାଇବାକୁ ଓ ପାଟ୍ରୋଲିଂ ଆରମ୍ଭ କରିବାକୁ ୨୦୨୪ରେ ଉଭୟ ଦେଶ ମଧ୍ୟରେ ଚୁକ୍ତି ହୋଇଥିଲା। ତେବେ ଏହି ଚୁକ୍ତିକୁ ଏବେ ଚୀନ୍ ଫୁ କରି ଉଡାଇ ଦେଇଥିବା କୁହାଯାଉଛି। ଏଲ୍‌ଏସି ନିକଟରେ ଚୀନ୍ ପୁଣି ମିଲେଟ୍ରି ଡ୍ରିଲ୍ କରିଥିବା ସୂଚନା ମିଳିଛି।
ଗୋଟିଏ ପଟେ ଦେଶ ସେନା ଦିବସ ପ୍ରସ୍ତୁତିରେ ଲାଗିଥିବା ବେଳେ ଅନ୍ୟପଟେ ଚୀନ୍ ସେନା ଏଲ୍‌ଏସି ନିକଟରେ ଡ୍ରିଲ୍ ଆରମ୍ଭ କରିଛି। ଚୀନର ସେନା ପିପୁଲ୍ସ ଲିବରେସନ୍ ପାର୍ଟିର ସିନଜିଆଙ୍ଗ ମିଲିଟାରୀ କମାଣ୍ଡର ରେଜିମେଣ୍ଟ ନେତୃତ୍ୱରେ ଯୁଦ୍ଧାଭ୍ୟାସ କରୁଥିବା ଜଣାପଡିଛି।
ଚୀନର ଏହି କମ୍ବାଟ ଡ୍ରିଲରେ ଯୁଦ୍ଧ ବାହାନ, ମାନବରହିତ ସିଷ୍ଟମ ଓ ଡ୍ରୋନ୍ ସହିତ ସେନାର ଉନ୍ନତମାନର ଯୁଦ୍ଧାସ୍ତ୍ରର ବ୍ୟବହାର କରାଯାଉଥିବା ଜଣାପଡିଛି। ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ନେଇ ଚୁକ୍ତି ହୋଇଥିଲେ ବି ଚୀନର ଏଭଳି କାର୍ଯ୍ୟକଳାପ ସମସ୍ତଙ୍କୁ ଅତିଷ୍ଠ କରିଛି।
ଭାରତ ଓ ଚୀନ୍ ମଧ୍ୟରେ ଏଲ୍‌ଏସି ନିକଟରୁ ନିଜ ନିଜର ସେନାକୁ ପ୍ରତ୍ୟାହୃତ କରିବା ପାଇଁ ୨୦୨୪ ଅକ୍ଟୋବର ୨୧ ତାରିଖରେ ଚୁକ୍ତି ହୋଇଥିଲା। ଏହି ଚୁକ୍ତି ୨୦୨୦ରେ ଗଲୱାନ ଘାଟିରେ ଦୁଇ ଦେଶର ସେନା ମଧ୍ୟରେ ହୋଇଥିବା ବିବାଦର ଅନ୍ତ କରିବା ଉଦ୍ଦେଶ୍ୟରେ ହୋଇଥିଲା।
ଏହି ଚୁକ୍ତିନାମା ଅନୁଯାୟୀ, ଉଭୟ ଦେଶ ଡେପସଙ୍ଗ ଏବଂ ଡେମଚୋକ ଭଳି ସମ୍ବେଦନଶୀଳ ଅଞ୍ଚଳରେ ପାଟ୍ରୋଲିଂ ଆରମ୍ଭ କରିବାକୁ ସହମତ ହୋଇଥିଲେ। ଭାରତର ଏନଏସଏ ଅଜିତ ଡୋଭାଲ ଏବଂ ଚୀନ୍‌ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା। ତେବେ ଏହି ଚୁକ୍ତି ପରେ ବି ଦୁଇ ଦେଶ ମଧ୍ୟରେ ଅନିଶ୍ଚିତତା ଲାଗିରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking