30.1 C
Bhubaneswar
Wednesday, April 24, 2024
Homeଓଡିଶାଜିଲ୍ଲା ସଂଯୋଜକ ଭାବେ ମନୋନୀତ ହେଲେ ମିନକେତନ

ଜିଲ୍ଲା ସଂଯୋଜକ ଭାବେ ମନୋନୀତ ହେଲେ ମିନକେତନ

ମୟୂରଭଞ୍ଜ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସକ୍ରିୟ ହେଉଛି ମୟୂରଭଞ୍ଜ ଜିଲ୍ଲାରେ କଂଗ୍ରେସ ରାଜନୀତି। ପୁନର୍ଗଠନ ହେଉଛି ସଙ୍ଗଠନ। ନୂଆ ଜୋଶରେ ଆରମ୍ଭ ହେଉଛି ଦଳୀୟ କାର୍ଯ୍ୟକ୍ରମ ସକ୍ରିୟ ହେଉଛନ୍ତି ଦଳୀୟକର୍ମୀ। ତେବେ ପ୍ରଦେଶକଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଙ୍ଗଠନର ଜିଲ୍ଲା ସଂଯୋଜକ ଭାବେ ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ମୀନକେତନ ବେହେରାଙ୍କ ନାମ ଘୋଷଣା କରାଯାଇଥିବାରୁ ଦଳ ମଧ୍ୟରେ ବେଶ ଉତ୍ସାହ ପ୍ରକାଶ ପାଇଛି।

ସେହିପରି ମୀନକେତନ ବେହେରା ମୋରଡ଼ା ମାଟିର ପୁଅ ହୋଇଥିବାରୁ ମୋରଡ଼ା ନିର୍ବାଚନ ମଣ୍ଡଳୀରେ ଖୁସିର ଲହରୀ ଖେଳିଯିବା ସହ କଂଗ୍ରେସ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟପଟେ ଦଳୀୟ ସଙ୍ଗଠନକୁ ସକ୍ରିୟ କରିବା ଲକ୍ଷ୍ୟରେ ବାରିପଦା ରୋଟାରୀ କ୍ଲବ ଠାରେ ରାଜୀବଗାନ୍ଧୀ ପଞ୍ଚାୟତରାଜ ସଂଗଠନର ଜିଲ୍ଲା କନଭେନସନ ଅନୁଷ୍ଠିତ ହୋଇଯାଇଛି। ଏହି କନଭେନସନରେ ଜୋନାଲ ସଂଯୋଜକ ଶ୍ରୀ ନିରୋଜ ଲୋଚନ ଦାସ ସଭାପତିତ୍ବ କରିଥିଲେ। ବୈଠକରେ ମଯୁରଭଞ୍ଜ ଜିଲ୍ଲାର ସମସ୍ତ ବ୍ଲକ ସଂଯୋଜକ ଉପସ୍ଥିତ ରହିଥିଲେ। ରାଜ୍ୟ ସଂଯୋଜକ ସୁଦର୍ଶନ ଦାସ ପଞ୍ଚାୟତରାଜ ସଂଗଠନର ଗୁରୁତ୍ବ ସାଙ୍ଗକୁ ରାଜୀବଗାନ୍ଧୀ ପଞ୍ଚାୟତରାଜ ସଂଗଠନ ଜରିଆରେ ପଞ୍ଚାୟତକୁ ସୁଦୃଢ କରିବା ମୁଖ୍ୟଲକ୍ଷ୍ୟ ବୋଲି କହିଛନ୍ତି ।

ପୂର୍ବରୁ ଏହି ଦାୟିତ୍ବରେ କଂଗ୍ରେସ ନେତା ପ୍ରଭାସକର ମହାପାତ୍ର ତୁଲାଉଥିବା ଥିବା ବେଳେ ଏବେ ମୟୂରଭଞ୍ଜ ଜିଲ୍ଲା ସଂଯୋଜକ ଭାବେ ମୋରଡା ମାଟିରପୁଅ ଉଦୀୟମାନ ଯୁବନେତା ମିନକେତନ ବେହେରାଙ୍କୁ ଦାୟିତ୍ୱ ମିଳିବା ପରେ ମୋରଡା ନିର୍ବାଚନ ମଣ୍ଡଳୀ ତଥା ମୋରଡା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ନୂତନ ଦାୟିତ୍ବକୁ ନେଇ ବେଶ ଖୁସିଥିବା ମିନକେତନ ବେହେରାଙ୍କୁ ଯୋଗାଯୋଗ କରିବାରୁ ଉପେକ୍ଷିତ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା, ସରକାରୀ ଘର, ଭୂମିହୀନଙ୍କୁ ଜମି ପାଇଁ କିପରି ସରକାରୀ ଯୋଜନାରେ ସାମିଲକରି ସୁବିଧାସୁଯୋଗ ମିଳିପାରିବ ତାକୁ ପ୍ରାଥମିକତା ଦେଇ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking