ଭୁବନେଶ୍ୱର : ଆଜିବନବଆଜି ଭାରତ ବିକାଶ ପରିଷଦ, ବାଣୀବିହାର ଶାଖା ତରଫରୁ ୭୨ ତମ ସାଧାରଣତନ୍ତ୍ର ଦିବସ, ତମାଣ୍ଡୋ ଗ୍ରାମ ସ୍ଥିତ ଦୃଷ୍ଟିବାଧିତ ପରିବାର ମାନଙ୍କଦ୍ୱାରା ପ୍ରତିଷ୍ଠିତ ସାଇ ଚାରିଟି ଫାଉଣ୍ଡେସନ ଅନୁଷ୍ଠାନ ପରିସରରେ ଦୃଷ୍ଟିହୀନ ବ୍ୟକ୍ତି ମାନଙ୍କ ଗହଣରେ ଅତି ଆନନ୍ଦରସହ ପାଳନ କରାଯାଇଅଛି ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭାରତ ବିକାଶ ପରିଷଦର ଉପଦେଷ୍ଟା ଲକ୍ଷ୍ମଣ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାତାକା ଉତ୍ତୋଳନ କରି ସମବେତ ଜନତାଙ୍କୁ ଉଦବୋଧନ ଦେଇଥିଲେ । ଅଧିକାର ଅନୁଷ୍ଠାନର ନିର୍ଦ୍ଦେଶିକା-ତହଲିନା ମମତାଜ, ସମ୍ପାଦକ ଗୋବିନ୍ଦଚନ୍ଦ୍ର ଦଳବେହେରା,ଅଜୟ କୁମାର ପତି, କିଷନ ଲାହା,ବୀଣା ପାଣି ପବ୍ଲିକ ସ୍କୁଲର ଅଧକ୍ଷ- ପ୍ରଭାତ କୁ ମହାପାତ୍ର, ଓ ଶିକ୍ଷୟିତ୍ରୀ-ଜଲି ଅପା ଏବଂ ଦୃଷ୍ଟିହୀନ ସଂଘର-ସୂର୍ଯ୍ୟକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଦେଶପ୍ରେମୀ ମାନଙ୍କୁ ଗଣତନ୍ତ୍ର ଦିବସର ମହତ୍ତ୍ୱ ସମ୍ପର୍କରେ ବୁଝାଇଥିଲେ
ପରେ ପରେ ଉପସ୍ଥିତ ସମସ୍ତିଙ୍କୁ ମିଷ୍ଟାନ୍ନ, ଚକୋଲେଟ,ବିସ୍କୁଟ, ଇତ୍ୟାଦି ବଣ୍ଟନ କରାଯିବାସହ ଦୃଷ୍ଟି ବାଧିତ ପରିବାରଙ୍କୁ କଟକ ନୂଆ ବଜ଼ାରର କୀର୍ତ୍ତିମଞ୍ଜରୀ ସାହୁ ଓ ପ୍ରୀତି ଚୌଧୁରୀ ପ୍ରଦାନ କରିଥିବା ମୂଲ୍ୟବାନ କମ୍ବଳସବୁ ବଣ୍ଟନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଭାରତ ବିକାଶ ପରିଷଦର ସମ୍ପାଦକ- ପ୍ରମଥେସ ମହାନ୍ତି, ଉପସଭାପତି,- ଗୌରାଙ୍ଗ ନାୟକ ଓ ସୁଶ୍ରୀ ମଞ୍ଜୁଳା ତ୍ରିପାଠୀ,ସଭ୍ୟ ଅଶୋକ ସାହୁ.ସୁଭଦ୍ରା ମିଶ୍ର,ଲଷ୍ମୀପ୍ରିୟା ଓ ସୋନାଲି ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିଥିବାବେଳେ ମନୋରଞ୍ଚନ ମହାନ୍ତି ସଂଯୋଜନା କରିଥିଲେ । ପରିଶେଷରେ ସାଇ ଚାରିଟି ଫାଉଣ୍ଡେସନର ଦିବାକର ନାୟକ ଓ ସୁରମା ନାୟକ ଧନ୍ୟବାଦ ଅର୍ପଣ କରି ସମସ୍ତଙ୍କୁ ଜଲପାନରେ ଆପ୍ୟାୟିତ କରିଥିଲେ।
।