ଯାଜପୁର:ଧର୍ମଶାଳା ବ୍ଲକ ରଘୁନାଥପୁର,ଯୋଗଡା ଏବଂ ମୁରାଲିପୁର ଗାଁ ରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଛି। ପୂର୍ବ ବିବାଦ କୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ କୁ ଆକ୍ଷେପ କରିବା ସହିତ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି। ନିକଟରେ ଅସବର୍ଣ୍ଣ ମାନେ ଏହି ଆକ୍ରମଣ ର ଶିକାର ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ସେମାନେ ମାଡ଼ ଖାଇ ଗୁରୁତର ଅବସ୍ଥାରେ ଡାକ୍ତରଖାନା ରେ ଚିକିତ୍ସିତ ହେଉଥିଲେ ହେଁ ସେମାନଙ୍କ ବିରୋଧରେ ପୋଲିସ ମୋକଦ୍ଦମା ରୁଜୁ କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ ରେ ଆଜି ଜିଲାପାଳ ଙ୍କୁ ଭେଟି ଘଟଣା ର ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।