34.1 C
Bhubaneswar
Friday, March 29, 2024
Homeଓଡିଶାକୋରୋନା ପାଇଁ ବିନା ଭକ୍ତରେ ଅନୁଷ୍ଠିତ ହେଉଛି ମା ବିରଜାଙ୍କ ରଥଯାତ୍ରା

କୋରୋନା ପାଇଁ ବିନା ଭକ୍ତରେ ଅନୁଷ୍ଠିତ ହେଉଛି ମା ବିରଜାଙ୍କ ରଥଯାତ୍ରା

ଯାଜପୁର: କୋରୋନା କଟକଣାରେ ଆରମ୍ଭ ହୋଇଛି ମା ବିରଜାଙ୍କ ରଥଯାତ୍ରା । ପବିତ୍ର ଦୁର୍ଗତ୍ସଵ ଅବସରରେ ଅନୁଷ୍ଠିତ ନଵଦିନାତ୍ମକ ଏହି ରଥଯାତ୍ରା ଚଳିତବର୍ଷ କୋରୋନା ପାଇଁ ବିନା ଭକ୍ତରେ ଅନୁଷ୍ଠିତ ହେଉଛି। ବଢି ଭୋରୁ ପୂଣ୍ୟତୋୟା ବୈତରଣୀ ନଦୀରୁ ଜଳ ଆସି ମା ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ସନ୍ଧ୍ୟାରେ ମା ଙ୍କ ରଥଦଣ୍ଡ ରଥାରୂଢ ହୋଇ ରଥଯାତ୍ରା ଆରମ୍ଭ ହେବ । କେବଳ ସେବାୟତ ଓ ପୋଲିସ ମାନଙ୍କ ଦ୍ୱାରା ରଥ ଟଣା ଯାଉଛିା । ରଥଟଣାକୁ ସୁରୁଖୁରୁରେ ସାରିବା ପାଇଁ ମନ୍ଦିର ଚାରିପଟେ ୧୪୪ ଧାରା ଜାରି କରାଯାଇଛି। ଅନ୍ୟପଟେ ଆଜି ଦ୍ୱିତିୟ ପର୍ଯ୍ୟାୟରେ ରଥଯାତ୍ରାରେ ନିୟୋଜିତ ସେବାୟତ ଏବଂ ମନ୍ଦିର କର୍ମଚାରୀଙ୍କର କୋଭିଡ ପରୀକ୍ଷା ଆରମ୍ଭ ହୋଇଛି। ଆଜି ବିଭିନ୍ନ ବର୍ଗର ସେବାୟତ ମାନଂକର କୋବିଡ଼ ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି। ଯେଉଁମାନଂକର ରିପୋର୍ଟ ପଜିଟିଭ ଆସିବ ସେମାନଙ୍କୁ ରଥଯାତ୍ରା ପ୍ରକ୍ରିୟାରୁ ବାଦ ଦିଆଯିବ। ରଥଯାତ୍ରା ପାଇଁ ୩ଟି ପର‌୍ୟ୍ୟାୟରେ ସେବାୟତମାନଙ୍କ କୋଭିଡ ଟେଷ୍ଟ କରାଯିବ । ପ୍ରଶାସନ ପକ୍ଷରୁ ସେବାୟତ ମାନଙ୍କୁ ପରିଚୟ ପତ୍ର ମଧ୍ୟ ପ୍ରଦାନ କରାଯାଇଛି। ସେପଟେ ମନ୍ଦିର ଚତୁଃପାଶ୍ୱର୍ରେ ୧୪୪ ଧାରା ଜାରି ହେବା ସହିତ ବିଭିନ୍ନ ରାସ୍ତାରେ ଗାଡ଼ି ଯାତାୟତ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଟ୍ରାଫିକ ପରିଚାଳନା ପାଇଁ ବିଭିନ୍ନ ସ୍ଥାନ ରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking