କଳାହାଣ୍ଡି : ଗ୍ରାମାଞ୍ଚଳକୁ ସହର ସହିତ ଯୋଡିବା ପାଇଁ ଉଭୟ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସଡକଯୋଜନା ଓ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀସଡକ ଯୋଜନା ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି।ଗ୍ରାମାଞ୍ଚଳ ର ଲୋକ ବିଭିନ୍ନ ଉତ୍ପାଦିତ ଦ୍ରବ୍ୟ ବଜାର କୁ ବିକ୍ରି ପାଇଁ ନେବା ହେଉ କି ସ୍ୱାସ୍ଥ୍ୟ ସେବା ହେଉ ଗମନାଗମନ ପାଇଁ ମୁଖ୍ୟ ହେଲା ରାସ୍ତା ।ହେଲେ ଦୀର୍ଘ ବର୍ଷ ଧରି ରାସ୍ତା ପାଇଁ ବାରମ୍ବାର ଦାବି କରୁଥିବା ସ୍ଵତେ ଦୁଇଟି ପଞ୍ଚାୟତ ର ଲୋକଙ୍କୁ ସୁଫଲ ମିଳୁନହିଁ। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ସର୍ଗିଗୁଡା ଠାରୁ କୁଚଗାଁ ଦେଇ କୁମ୍ ଜୋର୍ ଯାଉଥିବା ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ଅଛି ।ଏହି ରାସ୍ତାରେ ସର୍ଗିଗୁଡା ଓ କୁଚଗାଁ ପଂଚାୟତ ର ଶହ ଶହ ଲୋକ ଜୟପାଟଣା ବ୍ଲକ କୁ ଯିବାପାଇଁ ନିର୍ଭର କରିଥାନ୍ତି। ରାସ୍ତା ଖରାପ ଥିବାରୁ ମେଡିକାଲ ସେବା ହେଉ କି ସ୍କୁଲ କଲେଜ ଯିବା ପାଇଁ ନାଇନଥିବା ଅସୁବିଧା ହେଉଛି।ବର୍ଷା ମାସରେ ରାସ୍ତା ର କଥା ନକହିବା ଭଲ। କୂଚାଗାଁ ପଂଚାୟତ କୁ ପିଡ଼ିଏସ ଚାଉଳ ଗାଡି ଯିବା ମଧ୍ୟ କଷ୍ଟ ହେଇଯାଏ ଯାହାଫଳରେ ଅଧା ବାଟରୁ ଶ୍ରମିକ ସାହାଯ୍ୟରେ ପଞ୍ଚାୟତ କୁ ନିଆଯାଏ । ଏହି ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ସରପଞ୍ଚ ଠାରୁ ଆରମ୍ଭ କରି ବିଧାୟକ ବ୍ଲକ ପ୍ରଶାସନ କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ସୁଫଲ ମିଳିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି, ନିର୍ବାଚିତ ସମୟରେ ଅନେକ ନେତାମନ୍ତ୍ରୀ ପ୍ରତିଶୃତି ଦେଇଥାନ୍ତି କିନ୍ତୁ ତାଙ୍କ ପ୍ରତିଶୃତି ପ୍ରତିଶୃତି ରେ ରହି ଯାଇଛି। ବାରମ୍ବାର ରାସ୍ତ ନିର୍ମାଣ କରିବାକୁ ଦୁଇଟି ପଂଚୟତାର ଗ୍ରାମବାସୀ ଦାବି କରୁଥିଲେ ମଧ୍ୟ ପ୍ରଶାସନ ନୀରବ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।