32.1 C
Bhubaneswar
Thursday, March 28, 2024
Homeଓଡିଶାଗିନିପଲ୍ଲୀ ଗାଁକୁ ହେଉନି ରାସ୍ତା

ଗିନିପଲ୍ଲୀ ଗାଁକୁ ହେଉନି ରାସ୍ତା

ମାଲକାନଗିରି : ଲୋକମାନେ ସୁବିଧାରେ ଯାତାୟାତ କରିପାରିବା ପାଇଁ ପିଚୁ କଂକ୍ରିଟର ତିଆରି ରାସ୍ତା ବିଭିନ୍ନ ସ୍ଥାନରେ କରାଯାଉଛି । କିନ୍ତୁ ଜିଲ୍ଲାରେ ଏମିତି ମଧ୍ୟ କେତେକ ଗ୍ରାମ ଅଛି ଯେଉଁଠାରେ ଗମନାଗମନ ପାଇଁ ଭଲ ରାସ୍ତା ନାହିଁ । ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଗିନିପଲ୍ଲୀ ଗ୍ରାମରେ । ଗ୍ରାମରେ ଯିବା ଆସିବା ପାଇଁ ଗୋଟିଏ ମୁଖ୍ୟ ରାସ୍ତା ମାତ୍ର ରାସ୍ତାର ଅବସ୍ଥା କହିଲେ ନସରେ । ମୁରୁମରେ ତିଆରି ହେଇଥିବା ଏହି ରାସ୍ତାରେ ବଡ଼ ବଡ଼ ଖାଲ ଢିପ ହେଇଯାଇଛି । ବର୍ଷା ସମୟରେ ଏହି ରାସ୍ତାରେ ପାଣି କାଦୁଅ ଯୋଗୁଁ କୌଣସି ଗାଡି ମଟର ଯିବା ଆସିବା କରିପରେ ନାହଁ । ଜରୁରୀ ପରିସ୍ଥିତିରେ ଲୋକମାନେ ଆମ୍ବୁଲାନ୍ସ ସେବା ମଧ୍ୟ ପାଇଁ ପାରୁ ନାହାନ୍ତି । ଆମ୍ବୁଲାନ୍ସ ନ ଆସିବା ଯୋଗୁଁ ଲୋକମାନେ ମୋଟର ସାଇକେଲ ସାହାଯ୍ୟରେ ରୋଗୀକୁ ନେବା ଆଣିବା କରନ୍ତି । ଗିନିପଲ୍ଲୀ ଗ୍ରାମବାସୀ ମାନେ ଅନେକ ଥର ରାସ୍ତାର ମରାମତି ପାଇଁ ଆବେଦନ କରିଥିଲେ । କିନ୍ତ ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରାମବାସୀ ମାନଙ୍କର ଅସୁବିଧାର ସମାଧାନ ହେଇନାହିଁ। ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking