ଜୟପୁର : ପ୍ରତ୍ୟେକ ଦିନ କିଛି ନାଁ କିଛି ଅପରାଧ ଘଟୁଛି ଏବଂ ଦିନ କୁ ଦିନ ପିଲାଚୋରଙ୍କ ସଂଖ୍ୟା ମଧ୍ୟ ବଢୁଥିବା ବେଳେ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଦେଉଛନ୍ତି ପିଲା ଚୋର । ଦିନ ଦିପରରେ ସହରରେ ଶିଶୁଙ୍କୁ ଅପହରଣ କରି ଚମ୍ପଟ ମାରୁଛନ୍ତି ଅପହରଣକାରୀ।
ସ୍ୱାମୀଙ୍କ ନିର୍ଯ୍ୟାତନା ଏବଂ ଅନ୍ୟ ପଟେ ୧୮ ମାସର ଛୁଆର ପେଟ ପୋଷଣ ପାଇଁ ବ୍ରହ୍ମପୁର ରେଳ ଷ୍ଟେସନରେ ଭିକ୍ଷାବୃତ୍ତି କରୁଥିଲେ ଦୁଃଖୀ ମଲ୍ଲିକ।ହେଲେ ଦୁଃଖୀଙ୍କ ଭାଗ୍ୟରେ ଏତେ ଦୁଃଖ ଆସିଯିବ ସେ କଥା ଚିନ୍ତା କରି ନ ଥିଲେ ଦୁଃଖି। କାମରେ ରଖିଦେବା ସହ ୧୮ ମାସ ଝିଅ ବର୍ଷାର ଭବିଷ୍ୟତ ଉଜ୍ଜ୍ୱଳ କରାଇ ଦେବା ର ଆଶା ଦେଖାଇଥିଲେ ବର୍ଦୁ ନାଏକ ଏବଂ ଶିବାନୀ ନାୟକ । ଏହାକୁ ସହଜରେ ବିଶ୍ୱାସ କରି ନେଇଥିଲେ ଦୁଃଖି। ତାଙ୍କ ସାଥିରେ ସେ ବ୍ରହ୍ମପୁରରୁ କାଲିମେଳା ଆସିଥିଲେ । ୨ ଦିନ କାଲିମେଳାରେ ରହିବା ପରେ ଜୟପୁରକୁ ଆସିଥିଲେ । ସେଠାରେ ଦୁଃଖିକୁ ଟିଫିନ୍ ଖାଇବାକୁ ଦେଇଥିଲେ ଏବଂ ସେହି ଟିଫିନ୍ ରେ କିଛି ନିଶାଦ୍ରବ୍ୟ ମିଶାଇ ଦେବା ଫଳରେ ମୁଚ୍ଛା ହୋଇ ଯାଇଥିଲେ । ଏହାର ଫାଇଦା ଉଠେଇ ୧୮ ମାସ ଝିଅ ବର୍ଷାକୁ ଅପହରଣ କରି ନେଇଯାଇଥିଲେ ଆନ୍ଧ୍ରପ୍ରଦେଶ ।
ଦୀର୍ଘ ୮ ମାସ ପରେ ପୋଲିସ ଏବଂ ସାଇବର କ୍ରାଇମ ଟିମଙ୍କ ସହାୟତାରେ ମାଁ କୋଳ କୁ ଫେରିଆସିଛି ବର୍ଷା। ଗୋଟିଏ ପଟେ ସ୍ୱାମୀ ଛାଡ଼ିଦେଇ ଥିବା ବେଳେ ଅନ୍ୟ ପଟେ ଝିଅକୁ ଅପହରଣ କରି ଦେବା ଘଟଣା ପରେ ସେ ମାନସିକ ଭାରସାମ୍ୟ ହରାଇ ଦେଇଥିଲେ । ତଥାପି ନିଜର ଅଧିକାର ପାଇଁ ସ୍ୱର ଉଠେଇବା ସହ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବାକୁ ଦାବି କରିଛନ୍ତି ଦୁଃଖୀ। ଅନ୍ୟପଟେ ପୋଲିସକୁ ଧନ୍ୟବାଦ ଦେବା ସହ କୋଳରେ ଝିଅକୁ ପାଇ ବେଶ ଖୁସି ଅଛନ୍ତି ଦୁଃଖି।