୫୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ମାମଲାରେ ଦୁର୍ଦାନ୍ତ ଅପରାଧି ସହ ତିନି ଗିରଫ

କୋରପୁଟ: କୋରପୁଟ ଜିଲ୍ଲାର ଲୋମତା ପୁଟ ବ୍ଲକର କଦ୍ରୀ ଘାଟିନିକଟରୁ ୫୩ଲକ୍ଷ ଟଙ୍କାର ଜବତ ମାମଲା ରେ ଦୁର୍ଦାନ୍ତ ଅପରାଧୀ ସମେତ ତିନି ଜଣକୁ ଗିରପ କରିଛି ମାଛ କୁଣ୍ଡ ଓ ଜୟପୁର ପୋଲିସ । ଏହି ମାମଲାରେ ଏକ କାର ସହ ଅଭିଯୁକ୍ତ ମାନଙ୍କ ଠାରୁ ୪୦୦୦ହଜାର ୮୦ଟଙ୍କା ଜବତ କରିଛି।ଗିରଫ ଅଭିଯୁକ୍ତ ମାନେ ହେଲେ ଜୟପୁର ପଠାଣ ସାହିର ଶେଖ ଜାଭେଦ(୨୮)ବାଲି ପେଠା ସାହିର ଜାନ ମହମ୍ମଦ(୨୫)ଓ ମାଦଳା ସାହିର ରଖେଶ ପ୍ରସାଦଓରପ ଥାପା । ଦୁର୍ଦାନ୍ତ ଅପରାଧୀ ଶେଖ ଜାଭେଦ ନାମରେ ବୈପାରିଗୁଡା,କୁନ୍ଦୁରା, ଜୟପୁର,ଜୟପୁର ସଦର, ପାଡ଼ୁଆ,ବୋରିଗୁମା,ଥାନାରେ ୧୧ଗୋଟି ଅପରାଧିକ ମାମଲା ରହିଛି। ସେଗୁଡିକ ମଧ୍ୟରୁ ତିନୋଟି ହତ୍ୟା,୪ଗୋଟି ଡକାୟତି,ଗୋଟିଏ ଲୁଟଏବଂ ମାରଣାସ୍ତ୍ର ରଖିବା ମାମଲା ରହିଛି।ଏହି ମାମଲାରେ ଜାଭେଦଙ୍କ ପାଞ୍ଚ ଜଣ ସହ ଯୋଗି ପେରାର ରହିଥିବା ବେଳେ ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ନନ୍ଦପୁର ଏସ୍ଡିପିଓ ଶ୍ରୀ ସଂଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ଶ୍ରୀ ମହାପାତ୍ର ଙ୍କ ସୂଚନା ଅନୁଯାୟୀ ଆରକ୍ଷୀ ଅଧିକ୍ଷକ ମୁଖେଶ କୁମାର ଭାମୁ ନିର୍ଦ୍ଦେଶ କ୍ରମେ ଶନିବାର ଜବତ ହୋଇଥିବା ଗଞ୍ଜେଇ ମାମଲାରେ ଅଭିଯୁକ୍ତଙ୍କୁ ଧରିବାଲାଗି ପାଞ୍ଚ ଜଣିଆ ଟିମ ଗଠନ କରାଯାଇଥିଲା। ଏହି ଟିମର ନେତୃତ୍ୱ ନେଇଥିଲେ ଜୟପୁର ଏସ୍ଡିପିଓ ବରୁଣ ଗୁଣ୍ଡୁପଲି ଓ ସେ ଟିମର ଅନ୍ୟ ଜଣେ ସଦସ୍ୟଙ୍କ ମଧ୍ୟରେ ମାଛ କୁଣ୍ଡ ଥାନା ଅଧିକାରୀ ପ୍ରପୁଲ ଲାକ୍ରା, ଏଏସଆଇ ଡମ୍ବୁରୁ ଧର ବାଟ୍ରିଆ, ଜୟପୁରସଦର ଥାନା ଓଆଇସି ଆଦିତ୍ୟ ମହାଙ୍କଡ଼, ଲୋମତାପୁଟ ପାଣ୍ଡି ଅଧିକାରୀ ଦିଲ୍ଲୀପ ପ୍ରଧାନ,ଜଲାପୁଟ ପାଣ୍ଡି ଅଧିକାରୀ ମହେଶ୍ୱର କ୍ରୀସାନୀ ଜୟପୁର ଅନ୍ୟ କର୍ମଚାରୀ ସାମିଲ ରହିଥିଲେ।

LEAVE A REPLY

Please enter your comment!
Please enter your name here