33.1 C
Bhubaneswar
Tuesday, April 30, 2024
Homeଓଡିଶାସିନ୍ଧୁରସିଲ ଗାଁ’ରେ ପାନୀୟଜଳ ସଙ୍କଟ

ସିନ୍ଧୁରସିଲ ଗାଁ’ରେ ପାନୀୟଜଳ ସଙ୍କଟ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ମାଓପ୍ରବଣ ସିନ୍ଧୁରସିଲ ଗାଁ’ରେ ପାନୀୟଜଳ ସଙ୍କଟ ଦେଖାଦେଇଛି । ଫଳରେ ଗ୍ରାମବାସୀ ପ୍ରଚଣ୍ଡ ଖରାରେ ଶୁଖିଲା ନଦୀରେ ବାଳିକୂଅ ଖୋଳି ପାଣି ସଂଗ୍ରହ କରୁଛନ୍ତି ।
ସୂଚନା ଅନୁଯାୟୀ, ଜିଲ୍ଲା ସଦର ମହୁକମା ଠାରୁ ୧୪୦ କିଲୋମିଟର ଦୂରରେ ଅବସ୍ଥିତ ସିନାପାଲି ବ୍ଲକ ଘାଟମାଲ ପଞ୍ଚାୟତ ସିନ୍ଧୁରସିଲ ଗାଁ । ବଣପାହାଡ଼ ଘେରା ଭିତରେ ରହିଛି ଏହି ଗାଁ । ଏହି ଅଞ୍ଚଳ ଏକ ମାଓପ୍ରବଣ ଇଲାକାରେ ସାମିଲ ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କ ବିକାଶ ପ୍ରତି ଦୃଷ୍ଟି ଦିଆଯାଇନଥିବା ଅଭିଯୋଗ ହୋଇଛି । ଗାଁରେ ୬ ଶହରୁ ଅଧିକ ଲୋକ ବସବାସ କରନ୍ତି । ଗାଁରେ ୫ଟି ନଳକୂଅ ରହିଛି । ହେଲେ ସେଥିମଧ୍ୟରୁ ୩ଟି ଅଚଳ ହୋଇପଡ଼ିରହିଛି । ବାକି ୨ଟିରୁ ଫ୍ଲୋରାଇଡ୍ ପାଣି ବାହାରୁଥିବାରୁ ତାହା ବ୍ୟବହାର ଉପେଯାଗୀ ହୋଇପାରୁନାହିଁ । ବର୍ଷର ୮ ମାସ ଲୋକେ ଝରଣା ପାଣି ତଥା ବିଭିନ୍ନ ଜଳ ଉତ୍ସ ଉପରେ ନିର୍ଭର କରିଥାନ୍ତି । ହେଲେ ଗ୍ରୀଷ୍ମ ୪ ମାସ ନଦୀରେ କୂଅ ଖୋଳି ପାଣି ସଂଗ୍ରହ କରିଥାନ୍ତି । ଏପରିକି ଜଳସଂଗ୍ରହ ବେଳେ ଲୋକେ ବନ୍ୟଜନ୍ତୁଙ୍କ ଆକ୍ରମଣର ଶିକାର ହେବା ନଜିର ରହିଛି । ଗାଁ ଜଳ ଯୋଗାଣ ପାଇଁ ପାଇପ୍ ବିଛା ହୋଇଛି । ମାତ୍ର ଲୋ-ଭୋଲଟେଜ ଯୋଗୁଁ ଜଳଯୋଗାଣ ହେଉନଥିବା ସିନାପାଲି ଜନସ୍ୱାସ୍ଥ୍ୟ ବିଭାଗର ଯନ୍ତ୍ରୀ କହିଛନ୍ତି । ଜିଲ୍ଲା ପ୍ରଶାସନ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଗ୍ରାମର ରେଣୁକା ହଂସ, ଭାରତ ହଂସ, ମଙ୍ଗଳ ହଂସ ପ୍ରମୁଖ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking