31.1 C
Bhubaneswar
Tuesday, May 7, 2024
Homeଅପରାଧପାଣି ଛିଟା ପଡିବା ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ, ୧୮ ବର୍ଷୀୟ ଯୁବକର ହତ୍ୟା,...

ପାଣି ଛିଟା ପଡିବା ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ, ୧୮ ବର୍ଷୀୟ ଯୁବକର ହତ୍ୟା, ପଢନ୍ତୁ ସଂପୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ: ଆଗ୍ରା ଜିଲ୍ଲା ପିନାହଟ୍ ଥାନା ଅନ୍ତର୍ଗତ କ୍ୟୁରୀ ମଧ୍ୟରେ ରବିବାର ହୋଇଥିବା ବର୍ଷା କାରଣରୁ ଛାତ ଉପରେ ପାଣି ଜମି ରହିଥିଲା । ତେବେ ପାଣି ନିଷ୍କାସନ ନେଇ ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ରାତି ପର୍ଯ୍ୟନ୍ତ ଏହି ସଂଘର୍ଷ ଜାରି ରହିଥିବା ବେଳେ ଲାଠି ଓ ଠେଙ୍ଗା ମାଡ ମଧ୍ୟ ହୋଇଥିବା ସୂଚନା ମିଳିଛି । ଏହି ସଂଘର୍ଷରେ ମୁକେଶ ସିଂ ଙ୍କ ୧୮ ବର୍ଷୀୟ ପୁଅ ବିକେଶର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅନ୍ୟପଟେ ଦୁଇ ଗୋଷ୍ଠୀର ୫ ଜଣ ସଦସ୍ୟ ଆହତ ହୋଇଛନ୍ତି । ପୋଲିସ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଛି । ଅନ୍ୟପଟେ ମୃତ ବାଳକର ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମୃତକଙ୍କ ପରିବାର ଲୋକେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।
ସୂଚନା ଅନୁସାରେ, ବର୍ଷା ହେବା ପରେ ଉକ୍ତ ଗାଁର ମୁକୁଟ ସିଂଙ୍କ ଝିଅ ଭାରତୀ ଛାତ ଉପରେ ବର୍ଷା ପାଣି ବାହାର କରୁଥିଲା । ହେଲେ ଏହାରି ଭିତରେ ପାଣି ଛିଟା ମୁକୁଟ ସିଂଙ୍କ ଭାଇ ମୁକେଶଙ୍କ ଟ୍ରାକ୍ଟର ଉପରେ ପଡିଥିଲା । ଏହାକୁ ନେଇ ମୁକୁଟ ଏବଂ ମୁକେଶଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଯାଇଥିଲା । ଦୁଇ ଭାଇ ଲଢୁଥିବା ଦେଖି ତାଙ୍କ ପରିବାର ଲୋକ ମଧ୍ୟ ଆସିଯାଇଥିଲେ । ଦେଖୁ ଦେଖୁ ଝଗଡା ଉଗ୍ର ରୂପ ଧାରଣ କରିଥିଲା । ଶେଷରେ ଠେଙ୍ଗା ବାଡିର ପ୍ରହାର ବି ଚାଲିିଲା ଦୁଇ ପରିବାର ଭିତରେ । ଏଥିରେ ମୁକେଶ ସିଂ, ତାଙ୍କ ପୁଅ ବିକେଶ, ଅରୁଣ, ବଣ୍ଟି, ଧର୍ମେନ୍ଦ୍ର ସିଂ ଆଉ ଅନ୍ୟ ପକ୍ଷର ମୁକୁଟ ସିଂ ଆହତ ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଂଚି ସେମାନଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଇଥିଲା । ହେଲେ ବିକେଶର ଅବସ୍ଥା ଗୁରୁତର ହେବାରୁ ତାକୁ ଆଗ୍ରା ସ୍ଥାନାନ୍ତର କରିବା ପାଇଁ ଡାକ୍ତର କହିଥିଲେ । ହେଲେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଗାଁ ଲୋକଙ୍କ କହିବାନୁସାରେ, ୧ ବର୍ଷ ଧରି ଦୁଇ ଭାଇଙ୍କ ମଧ୍ୟରେ ଜମିବାଡିକୁ ନେଇ ବିବାଦ ଲାଗି ରହିଛି । ତେବେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବ ବୋଲି ପୋଲିସ କହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking