29.1 C
Bhubaneswar
Tuesday, May 7, 2024
Homeଅପରାଧପୁଣି ଲଜ୍ଜା : ଆଶ୍ରମରେ ୨ ନାବାଳିକାଙ୍କୁ ଦୁଷ୍କର୍ମ

ପୁଣି ଲଜ୍ଜା : ଆଶ୍ରମରେ ୨ ନାବାଳିକାଙ୍କୁ ଦୁଷ୍କର୍ମ

ଚଣ୍ଡିଗଡ଼ : ଦିନକୁ ଦିନ ଦୁଷ୍କର୍ମ ସଂଖ୍ୟା ବଢିବାରେ ଲାଗିଛି । ଛୋଟ ନିଷ୍ପାପ ଶିଶୁଙ୍କ ଠାରୁ ଆରମ୍ଭ କରି ଯୁବତୀମାନେ ମଧ୍ୟ ଦୁଷ୍କର୍ମର ଶିକାର ହେଉଥିବା ଦେଖିବାକୁ ମିଳୁଛି । ତେବେ ଏଭଳି ଲଜ୍ଜା ଜନକ ଘଟଣା ହରିୟାଣାର ପଞ୍ଚକୁଳା ଜିଲ୍ଲା ଅଧୀନସ୍ଥ ରାୟପୁର ରାଣୀ ଅଞ୍ଚଳର ଛୋଟା ତ୍ରିଲୋକପୁରରେ ଏକ ଆଶ୍ରମରେ ଘଟିଛି ।
ହରିୟାଣାର ଏକ ଆଶ୍ରମରେ ୨ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ସ୍ବାମୀ ଲକ୍ଷ୍ୟାନନ୍ଦ ବାବାଙ୍କ ବିରୋଧରେ ଏନେଇ ହରିୟାଣା ପୁଲିସ ଦ୍ବାରା ଏକ ମାମଲା ରୁଜୁ କରାଯାଇଛି। ସ୍ବାମୀ ଲକ୍ଷ୍ୟାନନ୍ଦ ହରିୟାଣାର ପଞ୍ଚକୁଳା ଜିଲ୍ଲା ଅଧୀନସ୍ଥ ରାୟପୁର ରାଣୀ ଅଞ୍ଚଳର ଛୋଟା ତ୍ରିଲୋକପୁରରେ ଏକ ଆଶ୍ରମ ପରିଚାଳନା କରୁଥିଲେ। ତେବେ ଏହି ଆଶ୍ରମରେ ଦୁଇ ଜଣ ନାବାଳିକାଙ୍କୁ ଲଗାତାର ୩ ଦିନ ଧରି ଦୁଷ୍କର୍ମ କରିଥିଲେ ଏବଂ ଅଭିଯୁକ୍ତ ବାବା ଲକ୍ଷ୍ୟାନନ୍ଦ ଏବେ ଫେରାର୍ ଅଛନ୍ତି । ଦୁଇ ନାବାଳିକାଙ୍କ ଅଭିଯୋଗ ଆଧାରରେ ବାବା ଲକ୍ଷ୍ୟାନନ୍ଦଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ୨ ନାବାଳିକାଙ୍କ ଘର ହିମାଚଳ ପ୍ରଦେଶ ସୋଲାନ୍ ଜିଲ୍ଲାରେ ‌ବୋଲି ଜଣାପଡ଼ିଛି। ପୁଲିସ ଫେରାର୍ ବାବାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking