43.9 C
Bhubaneswar
Friday, April 19, 2024
Homeଓଡିଶାଭୁଲ ଇଞ୍ଜେକସନ ନେଲା ଜୀବନ

ଭୁଲ ଇଞ୍ଜେକସନ ନେଲା ଜୀବନ

ଢେଙ୍କାନାଳ : ଭୁଲ ଇଞ୍ଜେକସନ ନେଲା ଜୀବନ । ଢେଙ୍କାନାଳର ଏକ ଘରୋଇ କ୍ଲିନିକରେ ଡାକ୍ତରଙ୍କ ଭୁଲ ଇଞ୍ଜେକସନ ଯୋଗୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକଜଣକ ହେଲେ ସ୍ଥାନୀୟ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ବଉଳ ପାଟଣା ଗାଁର ଅମିର କୁମାର ଜେନା ।
ସୂଚନା ଅନୁଯାୟୀ, ଅମିର ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ବୁଧବାର ଢେଙ୍କାନାଳ ସହରସ୍ଥିତ ଏକ ଘରୋଇ କ୍ଲିନିକ୍‌ରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସା କରୁଥିବା ଡାକ୍ତର ଭୁଲ ଇଞ୍ଜେକସନ ଦେବାରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ସଂପୃକ୍ତ ଡାକ୍ତର କହିଛନ୍ତି ରୋଗୀଙ୍କୁ କୌଣସି ଭୁଲ ଇଞ୍ଜେକସନ ଦିଆଯାଇନାହିଁ। ଛାତି ଯନ୍ତ୍ରଣା ହେତୁ ତାଙ୍କ ମୃତ୍ୟୁ ହୋଇଛି। ଏନେଇ କ୍ଲନିକରେ ଉତେଜନା ଦେଖାଦେଇଛି । ବର୍ତମାନ ସୁଦ୍ଧା ବି ଘଟଣାସ୍ଥଳରେ ପୁଲିସ ପହଂଚି ନଥିବା ସୂଚନା ମିଳିଛି ।
https://onakhabar.com/2020/01/29/death-15/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking