ଭୁବନେଶ୍ୱର : ଖୁସିର ଦିନ | ଆକାଶରେ ଉଡ଼ିଲେ ଦିବ୍ୟାଙ୍ଗ ପିଲା। ରାଜ୍ୟ ସରକାରଙ୍କ ସହଯୋଗରେ ଆଜି ଆକାଶରେ ଉଡ଼ିଛନ୍ତି ରାଜ୍ୟର ୪୩ ଜଣ ଦିବ୍ୟାଙ୍ଗ ପିଲା । ଭୁବନେଶ୍ୱର ବିମାନ ବନ୍ଦରରୁ ପ୍ରାୟ ୪୦ ମିନିଟ୍ ଯାଏ ଆକାଶରେ ଉଡ଼ିଛନ୍ତି ପିଲାମାନେ। ଏଭଳି ନିଆରା ଓ ଅଭୁତପୂର୍ବ ଅଭିଜ୍ଞତା ସାଉଁଟିବା ପରେ ପିଲାମାନେ ବେଶ ଖୁସି ଅଛନ୍ତି। ଦିବ୍ୟାଙ୍ଗ ପିଲାଙ୍କ ସ୍ୱପ୍ନ ସାକାର କରିଛି ସ୍ୱାଭିମାନ ଅନୁଷ୍ଠାନ। ଏଥିପାଇଁ ଆଲିଆନ୍ସ ଏୟାର ପକ୍ଷରୁ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଥିଲା। ବିଶେଷ କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢୀଙ୍କ ପ୍ରଚେଷ୍ଟା ଯୋଗୁଁ ଏହା ସମ୍ଭବ ହୋଇପାରିଥିବା କହିଛନ୍ତି ସ୍ୱାଭିମାନ ଅନୁଷ୍ଠାନ ଅଧ୍ୟକ୍ଷା ଶ୍ରୁତି ମହାପାତ୍ର।
ଦିବ୍ୟାଙ୍ଗ ପିଲାମାନେ ଆକାଶରେ ପ୍ରଥମ ଥର ଉଡ଼ି ଖୁବ୍ ଖୁସି ଖୁବ୍ କହିଛନ୍ତି। ସେମାନେ ପ୍ରଥମେ ପ୍ରଥମେ ଉଡ଼ିବା ବେଳେ ଓ ଲ୍ୟାଣ୍ଡ କଲା ବେଳକୁ ଟିକେ ଡର ଲାଗିଲା। ହେଲେ ବହୁତ ମଜା ଲାଗିଲା ବୋଲି କହିଛନ୍ତି ପିଲାମାନେ ।