40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଚୀନରେ ୪୧ କୋରୋନା ଭାଇରସ୍ ସଂକ୍ରମିତ ଚିହ୍ନଟ

ଚୀନରେ ୪୧ କୋରୋନା ଭାଇରସ୍ ସଂକ୍ରମିତ ଚିହ୍ନଟ

ବେଜିଂ : ଚୀନର ବେଜିଂ, ସାଂଘାଇ ସମେତ ଏକାଧିକ ସହରକୁ କୋରୋନାଭାଇରସ୍ ବ୍ୟାପୁଛି । ଚୀନ୍‌ରେ ୪୧ ରୋଗୀ ମାରାତ୍ମକ କୋରୋନାଭାଇରସ୍ ଶିକାର ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ସୂତ୍ରରୁ ପ୍ରକାଶ । ଏହି ଭାଇରସ୍ ସଂକ୍ରମଣ ଫଳରେ ସାମାନ୍ୟ ଥଣ୍ଡା ମଧ୍ୟ ରୋଗୀକୁ ମରଣମୁହଁରେ ପକାଇଦେବାର ସମ୍ଭାବନା ଯଥେଷ୍ଟ । ବିଶେଷ କରି ଏହି ଭାଇରସ୍ ମଣିଷର ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ପ୍ରଥମେ ସଂକ୍ରମିତ କରିଥାଏ । ଭାରତରେ ଉକ୍ତ ଭାଇରସ୍‌କୁ ମୁକାବିଲା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ପ୍ରତିକାର ପଦକ୍ଷେପ ଗ୍ରହଣ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଚିଠି ଲେଖି ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ କୋଚିନ୍ ଆନ୍ତର୍ଜାତିକ ବିମାନ ବନ୍ଦରରେ ଥର୍ମାଲ୍ ସ୍କ୍ରିନିଂ ବ୍ୟବସ୍ଥା କରିବାକୁ ପରାମର୍ଶ ପ୍ରଦାନ କରିଛି । ଏହି ସ୍କ୍ରିନିଂ ଜରିଆରେ ବିଦେଶୀ ପର୍ଯ୍ୟଟକଙ୍କ ସ୍ୱାସ୍ଥ୍ୟାବସ୍ଥା ସହଜରେ ଜଣାପଡ଼ିଯାଏ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ବୈଦେଶିକ ବ୍ୟାପାର ବିଭାଗକୁ ଚିଠି ଲେଖାଯାଇଛି । ଉକ୍ତ ଚିଠିରେ ୨୦୧୯ ଡିସେମ୍ବର ୩୧ ପରଠାରୁ ଚୀନ୍‌ର ୟୁହାନ୍ ସିଟିରୁ ଭାରତ ଆସିବାକୁ ଚାହୁଁଥିବା ଯାତ୍ରୀଙ୍କ ବିସ୍ତୃତ ରିପୋର୍ଟ ଲୋଡ଼ାଯାଇଛି । ଚୀନ୍ ସମେତ ଅନ୍ୟାନ୍ୟ ଦେଶରେ ଅବସ୍ଥିତ ଭାରତୀୟ ଦୂତାବାସକୁ ଏ ସମ୍ପର୍କରେ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ନିୟମିତ ସମ୍ପର୍କ ରକ୍ଷା କରି ଭାରତ ସରକାରଙ୍କ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚୀନ୍‌ରେ ବ୍ୟାପିଥିବା କୋରୋନାଭାଇରସ୍ ସ୍ଥିତି ସଂଗ୍ରହ କରୁଛି । ସାରା ବିଶ୍ୱକୁ ଯେଭଳି କୋରୋନାଭାଇରସ୍ ସଂକ୍ରମିତ ନହୁଏ, ସେଥିପ୍ରତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବେଶ୍ ସଚେତନ ଅଛି ।
ଭାରତର ପ୍ରମୁଖ ଆନ୍ତର୍ଜାତିକ ବିମାନ ବନ୍ଦରରେ କାର୍ଯ୍ୟକ୍ଷମ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଯାତ୍ରୀଙ୍କୁ ସ୍ୱାସ୍ଥ୍ୟ ସଚେତନତା ପ୍ରଦାନ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି । ପୁଣେସ୍ଥିତ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରେ ସବୁ ଭାଇରସ୍‌ର ପରୀକ୍ଷଣ ବ୍ୟବସ୍ଥା କରାଯାଇଛି । ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଅଧୀନରେ କାର୍ଯ୍ୟରତ ଭାଇରାଲ୍ ରିସର୍ଚ୍ଚ ଆଣ୍ଡ୍ ଡାଇଗ୍ନୋଷ୍ଟିକ୍ ଲାବରେ ମଧ୍ୟ ରୋଗ ଜୀବାଣୁ ପରୀକ୍ଷଣ ବ୍ୟବସ୍ଥା କରାଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିମିଶି କୋରୋନାଭାଇରସ୍‌କୁ ମୁକାବିଲା କରିବା ପାଇଁ ପରାମର୍ଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking