27.1 C
Bhubaneswar
Tuesday, May 7, 2024
Homeଓଡିଶାପୋଖରୀରେ ବୁଡି ମା’ଝିଅ ମୃତ 

ପୋଖରୀରେ ବୁଡି ମା’ଝିଅ ମୃତ 

କୋରାପୁଟ : କୋରାପୁଟ ଜିଲା  ଲମତାପୁଟ ବ୍ଲକ୍  ବନମାଳିପୁଟ ପଂଚାୟତ ଦେବଗଂଜଣା ଗ୍ରାମରେ  ପୋଖରୀରେ ବୁଡି ମା’ ଓ ଝିଅ ପ୍ରାଣ ହରାଇବା ଭଳି ଏକ ଦୁଖଦ ଘଟଣା ଘଟିଛି । ମୃତକମାନେ ହେଲେ କୃଷ୍ନ ମାଝିଙ୍କ ସ୍ତ୍ରୀ ରୂକ୍ମଣୀ ମାଝି(୨୩) ଓ ଝିଅ ପଦ୍ମା ମାଜି(୫) ।
ସୂଚନା ଅନୁଯାୟୀ, ରୁକ୍ମଣୀ ମାଝି  ଦୁଇ ଝିଅଙ୍କୁ ନେଇ ଗାଁ  ପୋଖରୀକୁ  ଗାଧେଇବାକୁ ଯାଇଥିଲେ । ଗାଧେଇବା  ସମୟରେ ପଦ୍ମା ପୋଖରୀରେ ବୁଡି ଯିବାରୁ  ପଦ୍ମାକୁ ଉଦ୍ଧାର କରିବାକୁ ଯାଇ ରୂକ୍ମଣୀ ମଧ୍ୟ ବୁଡି ଯାଇଥିଲେ । ଅନେକ ସମୟ ଯାଏ ମା ଓ ଭଉଣୀ  ନଫେରିବାରୁ ପୋଖରୀ କୂଳରେ ଥିବା ରୁକ୍ମଣୀଙ୍କ ଅନ୍ୟ ଝି୍ ଖୁବ୍ ଜୋରରେ କାନ୍ଦିବାକୁ ଲାଗିଲା । ଛୁଆର କାନ୍ଦ ଶୁଣି  ଗ୍ରାମବାସୀ ପୋଖରୀ ନିକଟକୁ ଯିବା ପରେ ସମସ୍ତ ବିଷୟ ଜାଣିଥିଲେ । ଘଟଣା ଜଣା ପଡିବା ପରେ  ଗ୍ରାମବାସୀ ଲମତାପୁଟ ବ୍ଲକ୍ ଅଧ୍ୟକ୍ଷାଙ୍କ ପୁଅ ମୁନା ଦଳପତିଙ୍କୁ ଖବର ଦେଇଥିଲେ । ଶ୍ରୀ ଦଳପତି ତୂରନ୍ତ ନନ୍ଦପୁର ଥାନା,ଅଗ୍ନୀଶମ ବିଭାଗକୁ ସୂଚନା ଦେବା ସହ କୋରାପୁଟ ବିଧାୟକ ରଘୁରାମ ପଡାଲ, ଜିଲା ପରିଷଦ ସଭାପତି ତୂଳସୀ କିର୍ଷାନୀ,ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀ କୁମାରୀ ହନ୍ତାଳ,ଲମତାପୁଟ ତହସିଲଦାର ସ୍ନେହପ୍ରଭା ମାଝି,ସ୍ଥାନୀୟ ସରପଂଚ  ଚଂଚଳା ଶିଶାଙ୍କ ସହ ଘଟଣା ସ୍ଥଳରେ ପହଂଚିଥିଲେ ।  ବିଧାୟକ ଓ ଅନ୍ୟମାନେ ମୃତକ ପରିବାରକୁ  ସମବେଦନା ଜଣାଇ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଦେଇଥିଲେ । ନନ୍ଦପୁର ଅଗ୍ନୀଶମ ବିଭାଗ କର୍ମଚାରୀମାନେ ବହୁ ଖୋଜାଖୋଜି କରିବା ପରେ ରିପୋର୍ଟ ଲେଖା ହେବା ଯାଏ  ଝିଅ ପଦ୍ମାର  ମୃତଦେହ ଉଦ୍ଧାର ହୋଇଥିବାବେଳେ ରୂକ୍ମଣୀର ମୃତଦେହ ମିଳିନଥିବା ଜଣା ପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking