26.1 C
Bhubaneswar
Friday, March 29, 2024
Homeଓଡିଶାଶିଶୁ ଜନ୍ମ ପରେ ମା’ର ମୃତ୍ୟୁ : ଡାକ୍ତରୀ ଅବହେଳାକୁ ଦାୟୀ କଲେ ପରିବାର

ଶିଶୁ ଜନ୍ମ ପରେ ମା’ର ମୃତ୍ୟୁ : ଡାକ୍ତରୀ ଅବହେଳାକୁ ଦାୟୀ କଲେ ପରିବାର

ବରଗଡ଼ : ଶନିବାର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜଣେ ମହିଲା ଅସ୍ତ୍ରୋପଚାର ପରେ ଶିଶୁ କନ୍ୟାକୁ ଜନ୍ମ ଦେଇ ପ୍ରାଣ ହରାଇଥିବା ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ପରିବାରବର୍ଗ ଡାକ୍ତରୀ ଅବହେଳା ଯୋଗୁଁ ସଂପୃକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ଦାୟୀ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ବରଗଡ଼ ସଦର ବ୍ଲକ୍ ବେହେରା ଗ୍ରାମର ଉମାକାନ୍ତ ବନଛୋରଙ୍କ ସ୍ତ୍ରୀ ରୀତା ବନଛୋର (୨୬)ଙ୍କୁ ଶୁକ୍ରବାର ଅପରାହ୍ନରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ରାତି ପ୍ରାୟ ୧ ଟାରେ ତାକୁ କାର୍ଯ୍ୟରତ ଡାକ୍ତର ବୁର୍ଲା ସ୍ଥାନାନ୍ତରିତ କରିଥିଲେ । ଯାହାକୁ ନେଇ ପରିବାରବର୍ଗ ବରଗଡ଼ରେ ଏକ ଘରୋଇ ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ପ୍ରସବ ପାଇଁ ବହୁ ଟଙ୍କାର ଆବଶ୍ୟକ ପଡିବାରୁ ପୁଣି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଫେରାଇ ଆଣିଥିଲେ । ତେବେ ଶନିବାର ସକାଳେ ଡାକ୍ତରଖାନାରେ କାର୍ଯ୍ୟରତ ନର୍ସମାନେ ଅପେକ୍ଷା କର ନର୍ମାଲ ଡେଲେଭେରୀ ହେବ ବୋଲି କହି ରୀତାଙ୍କ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେଇଥିଲେ । ପରେ ରୀତାଙ୍କୁ ଓଟିକୁ ନିଆଯିବା ସହ ସେଠାରେ ଅପରେସନ କରାଯିବ ବୋଲି ପରିବାର ବର୍ଗଙ୍କୁ ଡାକ୍ତର କହିଥିଲେ । ତେବେ ଅସ୍ତ୍ରୋପଚାର ପରେ ରୀତା ଏକ ଶିଶୁ କନ୍ୟା ଜନ୍ମ ଦେବା ସହ ସେହି ଅପରେସନ ଟେବୁଲରେ ରୀତାଙ୍କ ପ୍ରାଣ ଛାଡ଼ିଯାଇଥିଲା । ଯାହାକୁ ନେଇ ପରିବାରବର୍ଗ ଡାକ୍ତରଙ୍କ ଅବହେଳା ଯୋଗୁଁ ରୀତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ଅପରପକ୍ଷେ ପ୍ରସୂତି ବିଶେଷଜ୍ଞ ଡା. କେ ଆର ରାଓ ଡାକ୍ତରୀ ଅବହେଳାକୁ ଅସ୍ୱୀକାର କରିଛନ୍ତି । ଅପରପକ୍ଷେ ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇବା ସହ ଏହାର ବିଧିବଦ୍ଧ ତଦନ୍ତ କରିବାକୁ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking