କେନ୍ଦ୍ରାପଡ଼ା : ବିରଳ ଅଲିଭରିଡଲେ କଇଁଛଙ୍କ ଏନ୍ତୁଡ଼ିଶାଳ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବେଆଇନ ଭାବେ ମାଛ ମାରୁଥିବା ବେଳେ ବନବିଭାଗ ପେଟ୍ରୋଲିଂ ଟିମ ଦୁଇଟି ଟ୍ରଲର ଜବତ କରିବା ସହିତ ୨୫ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନା ଅନୁଯାୟୀ, ମାଦଳୀମାଉଥ ନିକଟରେ ବେଆଇନ ଭାବେ ମାଛ ମାରୁଥିବା ଦୁଇଟି ଟ୍ରଲରକୁ ବନବିଭାଗ ପେଟ୍ରୋଲିଂ ଟିମ୍ ଜବତ କରିଥିଲା । ଦୁଇଟି ଟ୍ରଲରରେ ଥିବା ମଦନ ହାଲଦାର, ତପନ କୁମାର ପାରମାଣିକ, କାଳିପଦ ଜାନା, ଏକାଦଶୀ ମଣ୍ଡଳ, ରବିନ୍ଦ୍ର ମଣ୍ଡଳ, ଗୌତମ ହାଲଦାର, ଦିଲ୍ଲୀପ ମଣ୍ଡଳ, ସୌରଭ ମଣ୍ଡଳ, ସମର ମଣ୍ଡଳ, ଗୁରୁପଦ ସାମନ୍ତ, ସଞ୍ଜୟ ଦଳାଇ, ମଧୁସୂଦନ ମାଇତି, ଅନିରୁଦ୍ଧ ମଲ୍ଲିକ, ଗଣେଷ ମଣ୍ଡଳ, ହରିପଦ ପରମାଣିକ, ତପନ ମଲ୍ଲିକ, ଶମ୍ଭୁ ମଣ୍ଡଳ, ଶ୍ରୀମନ୍ତ ରଣା, ସମ୍ଭୁନାଥ ମଣ୍ଡଳ, ରାଜୁ ଘୋଷ, ଶରତ ମଲ୍ଲିକ, ସୁରେଶ ମଲ୍ଲିକ, ନାରାୟଣ ବେରା, ଅଜିତ ଦାସ ଓ ଶ୍ରୀମନ୍ତ ମଣ୍ଡଳ ପ୍ରମୁଖ ୨୫ଜଣ ମତ୍ସ୍ୟଜିବୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।