32.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶ୬,୬୦୦ କୋଟି ଟଙ୍କାର ବିଟ୍ କଏନ୍ ଦୁର୍ନୀତି ମାମଲା; ରାଜ କୁନ୍ଦ୍ରାଙ୍କ ୯୭.୭୯କୋଟିର ସମ୍ପତ୍ତି ଜବତ

୬,୬୦୦ କୋଟି ଟଙ୍କାର ବିଟ୍ କଏନ୍ ଦୁର୍ନୀତି ମାମଲା; ରାଜ କୁନ୍ଦ୍ରାଙ୍କ ୯୭.୭୯କୋଟିର ସମ୍ପତ୍ତି ଜବତ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ପ୍ରତିଷ୍ଠିତ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ପ୍ରାୟ ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅସ୍ଥାୟୀ ଭାବେ ଜବତ କରିଛି । ଏହି ସମ୍ପତ୍ତିରେ ତାଙ୍କ ପତ୍ନୀ ଶିଳ୍ପା ସେଟ୍ଟୀଙ୍କ ନାମରେ ମୁମ୍ବାଇର ଜୁହୁରେ ଥିବା ଏକ ବିଳାସପୂର୍ଣ୍ଣ ଫ୍ଲାଟ୍ ଏବଂ ପୁଣେ ଅଞ୍ଚଳରେ ଥିବା କେତେକ ସ୍ଥାବର ସମ୍ପତ୍ତି ମଧ୍ୟ ସାମିଲ ରହିଥିବା ଜଣାପଡିଛି । ମହାରାଷ୍ଟ୍ର ପୁଲିସ୍ ଏବଂ ଦିଲ୍ଲୀ ପୁଲିସ୍ ପକ୍ଷରୁ ଦାୟର କରାଯାଇଥିବା ଏଫ୍‌ଆଇଆର ଆଧାରରେ ଇଡି ପକ୍ଷରୁ କୁନ୍ଦ୍ରାଙ୍କ ବିରୋଧରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ତାଙ୍କ ପ୍ରାୟ ୧୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ଇଡି ବାଜ୍ୟାପ୍ତି କରିନେଇଛି । ଏସବୁ ସମ୍ପତ୍ତି ମଧ୍ୟରେ ରାଜ କୁନ୍ଦ୍ରାଙ୍କ ନାମରେ ଥିବା ଏକ ବିଳାସପୂର୍ଣ୍ଣ ବଙ୍ଗଳା ଏବଂ ଇକ୍ୟୁଟି ଶେୟାର ମଧ୍ୟ ରହିଥିବା ଇଡି କହିଛି ।
ଇଡି ପକ୍ଷରୁ ଏସମ୍ପର୍କାରେ ଦିଆଯାଇଥିବା ସୂଚନାନୁସାରେ ରାଜ୍ କୁନ୍ଦ୍ରା, ୨୦୧୭ରେ ଅନ୍ୟ କିଛି ଲୋକଙ୍କ ସହ ମିଶି ସାଧାରଣ ଲୋକଙ୍କ ଠାରୁ ବିଟ୍‌କଏନ ଭାବେ ପ୍ରତି ମାସରେ ୧୦%ର ରିଟର୍ଣ୍ଣ ଦେବାକୁ ମିଥ୍ୟା ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି । ଅଭିଯୁକ୍ତମାନେ ନିବେଶକମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ପାଖାପାଖି ୬,୬୦୦ କୋଟି ଟଙ୍କାର ବିଟ୍ କଏନ୍ ସଂଗ୍ରହ କରିଥିଲେ । ତଦନ୍ତରେ ମଧ୍ୟ ୟୁକ୍ରେନ୍‌ରେ ବିଟ୍‌କଏନ ମାଇନିଂ ଫାର୍ମ ସ୍ଥାପନ କରିବା ଲାଗି ବିଟକଏନ୍ ଘୋଟାଲାର ମାଷ୍ଟରମାଇଣ୍ଡ ଏବଂ ପ୍ରମୋଟର ଅମିତ ଭରଦ୍ୱାଜଙ୍କଠାରୁ ତାଙ୍କୁ ୨୮୫ ବିଟକଏନ୍ ମିଳିଥିବାର ପ୍ରମାଣ ମିଳିଛି । ଯାହାର ବର୍ତ୍ତମାନ ମୂଲ୍ୟ ୧୫୦କୋଟି ଟଙ୍କା ହେବ ବୋଲି କୁହାଯାଉଛି । ସୁତରାଂ ମୁମ୍ବାଇର ଜୋନାଲ କାର୍ଯ୍ୟାଳୟ (ପିଏମ୍‌ଏଲ୍‌ଏ), ୨୦୦୨ର ନିୟମ ଅନୁଯାୟୀ କୁନ୍ଦ୍ରାଙ୍କ ଚଳାଚଳ ସମ୍ପତ୍ତିକୁ ଅସ୍ଥାୟୀ ଭାବେ ଜବତ କରିନିଆଯାଇଛି ବୋଲି ଇଡି ଦର୍ଶାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking