29.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶ‘ପବ୍ଲିକ୍ ଆଇ ଆଣ୍ଡ୍ ଇଣ୍ଟରନ୍ୟାସନାଲ ବେବି ଫୁଡ୍ ଆକ୍‌ସନ୍ ନେଟୱାର୍କ’ ରିପୋର୍ଟ; ନେସ୍‌ଲେ ବେବି ଫୁଡ୍‌ସ...

‘ପବ୍ଲିକ୍ ଆଇ ଆଣ୍ଡ୍ ଇଣ୍ଟରନ୍ୟାସନାଲ ବେବି ଫୁଡ୍ ଆକ୍‌ସନ୍ ନେଟୱାର୍କ’ ରିପୋର୍ଟ; ନେସ୍‌ଲେ ବେବି ଫୁଡ୍‌ସ ‘ସେରୋଲାକ୍‌’ ଅତିରିକ୍ତ ଚିନି

ନୂଆଦିଲ୍ଲୀ: ଏଫ୍‌ଏମ୍‌ସିଜି କମ୍ପାନୀ ‘ନେସ୍‌ଲେ’ ପକ୍ଷରୁ ବେବି ଫୁଡ୍‌ସ ବ୍ରାଣ୍ଡ୍ ଅଧୀନରେ ପ୍ରସ୍ତୁତ ତଥା ବିକ୍ରି କରାଯାଉଥିବା ଉତ୍ପାଦଗୁଡ଼ିକରେ ଅତିରିକ୍ତ ଚିନି ବା ଶର୍କରା ଲେବ୍‌ଲ ରହୁଥିବା ନେଇ ଅଭିଯୋଗ ହୋଇଛି । ସ୍ୱିଜରଲାଣ୍ଡର ଜ୍ୟୁରିଖ୍ ସହର ସ୍ଥିତ ‘ପବ୍ଲିକ୍ ଆଇ ଆଣ୍ଡ୍ ଇଣ୍ଟରନ୍ୟାସନାଲ ବେବି ଫୁଡ୍ ଆକ୍‌ସନ୍ ନେଟୱାର୍କ’ ପକ୍ଷରୁ ଏପ୍ରକାର ଏକ ଅଭିଯୋଗ ଆଧାରିତ ରିପୋର୍ଟ ଜାରି କରାଯାଇଛି । ତେବେ ଏପ୍ରକାର ରିପୋର୍ଟ ସାମ୍ନାକୁ ଆସିବା ପରେ ଭାରତ ସରକାରଙ୍କ ପକ୍ଷରୁ ଏହି ମାମଲାରେ ଯାଞ୍ଚ୍ କରାଯିବ ବୋଲି କୁହାଯାଇଛି । ଫୁଡ୍ ସେଫ୍‌ଟି ଆଣ୍ଡ୍ ଷ୍ଟାଣ୍ଟାର୍ଡ ଅଥରିଟି ଅଫ୍ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଆଇ) ପକ୍ଷରୁ ଏସମ୍ପର୍କରେ ସୂଚନା ଦିଆଯାଇ କୁହାଯାଇଛି ଯେ, ‘ପବ୍ଲିକ୍ ଆଇ ଆଣ୍ଡ୍ ଇଣ୍ଟରନ୍ୟାସନାଲ ବେବି ଫୁଡ୍ ଆକ୍‌ସନ୍ ନେଟୱାର୍କ’ର ଏହି ରିପୋର୍ଟ ଅତନ୍ତ୍ୟ ଉଦ୍‌ବେଗଜନକ, ସୁତରାଂ ନେସ୍‌ଲେର ବେବି ଫୁଡ୍‌ସର ସମସ୍ତ ଉତ୍ପାଦଗୁଡ଼ିକର ଏବେ ଯାଞ୍ଚ୍ କରାଯିବ ଏବଂ ଏହାକୁ ବୈଜ୍ଞାନିକ ପ୍ୟାନେଲ୍‌ଙ୍କ ସମ୍ମୁଖରେ ଉପସ୍ଥାପିତ କରାଯିବ । ପ୍ରକାଶ, ଗତ ୨୦୨୨ରେ ଭାରତରେ ୨୦,୦୦୦ କୋଟିରୁ ଅଧିକ ମୂଲ୍ୟର ସେରେଲାକ୍ ଉତ୍ପାଦ ବିକ୍ରି କରିଥିଲା ନେସ୍‌ଲେ ।
ରିପୋର୍ଟ ଅନୁସାରେ ‘ଭାରତ ସହ ସମଗ୍ର ଏସିଆ ଏବଂ ଆଫ୍ରିକୀୟ ଦେଶଗୁଡ଼ିକରେ ବିପୁଳ ସଂଖ୍ୟାରେ ବିକ୍ରି ହେଉଥିବା ବେବି ଫୁଡ୍ ‘ସେରେଲାକ୍‌’ ତଥା ଅନ୍ୟ ଦୁଗ୍ଧଜାତୀୟ ଖାଦ୍ୟ ସାମଗ୍ରୀଗୁଡ଼ିକରେ ନେସ୍‌ଲେ ପକ୍ଷରୁ ଅତିରିକ୍ତ ପରିମାଣର ଚିନି ଏବଂ ମହୁ ମିଶାଯାଉଛି । ଏହା ପିଲାମାନଙ୍କ ପାଟିକୁ ସ୍ୱାଦ ଲାଗିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଉଥିଲେ ମଧ୍ୟ ପିଲାମାନଙ୍କ ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ।’ ତେବେ ପବ୍ଲିକ୍ ଆଇ ଆଣ୍ଡ୍ ଇଣ୍ଟରନ୍ୟାସନାଲ ବେବି ଫୁଡ୍ ଆକ୍‌ସନ୍ ନେଟୱାର୍କ’ ପକ୍ଷରୁ ଜାରି ଏପ୍ରକାର ରିପୋର୍ଟ ସାର୍ବଜନୀନ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ନେସ୍‌ଲେ’ କମ୍ପାନୀର ଅନ୍ତର୍ଜାତୀୟସ୍ତରରେ ବ୍ରାଣ୍ଡ୍ ଭାଲ୍ୟୁରେ ବେଶ୍ ବଡ଼ କ୍ଷତି ହୋଇଥିବା ଜଣାପଡିଛି । କେବଳ ଭାରତରେ ନେସ୍‌ଲେ୍ କମ୍ପାନୀର ଫ୍ରାଞ୍ଚାଇଜି ଭାବେ କାମ କରୁଥିବା ନେସ୍‌ଲେ ଇଣ୍ଡିଆର ସେୟାର ଭାଲ୍ୟୁ ୩% ପର୍ଯ୍ୟନ୍ତ ହ୍ରାସ ପାଇଛି । ଏହଦ୍ୱାରା କମ୍ପାନୀର ମୋଟ୍ ମାର୍କେଟ୍ ଭାଲ୍ୟୁ ୮୧୩୭.୪୯ କୋଟି ହ୍ରାସ ପାଇଛି ଏବଂ ମାତ୍ର ୨.୩୭ ଲକ୍ଷ କୋଟିରେ ସୀମିତ ରହିଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ ପକ୍ଷରୁ ଏନେଇ ରିପୋର୍ଟ ତଲବ କରାଯାଇଥିବା ବେଳେ କମ୍ପାନୀ ମଧ୍ୟ ଏଏନେଇ ସ୍ପଷ୍ଟୀକରଣ ରଖିଛି । ପ୍ରକାଶ ନେସ୍‌ଲେ ସ୍ୱିଜରଲ୍ୟାଣ୍ଡର ଏକ ପ୍ରସିଦ୍ଧ ଏଫଏମ୍‌ସିଜି କମ୍ପାନୀ, ଯାହାର ଉତ୍ପାଦ ବିଶ୍ୱସ୍ତରରେ ବିକ୍ରି ହୋଇଆସୁଛି ।
‘ପବ୍ଲିକ ଆଇ’ ନିଜ ରିପୋର୍ଟରେ ଦର୍ଶାଇଛି ଯେ ବ୍ରିଟେନ, ଜର୍ମାନୀ ତଥା ଅନ୍ୟ ପାଶ୍ଚାତ୍ୟ ତଥା ବିକଶିତ ଦେଶଗୁଡ଼ିକରେ ବିକ୍ରି ହେଉଥିବା ନେସ୍‌ଲେ’ର ବେବି ଫୁଡ୍‌ସଗୁଡ଼ିକରେ ସର୍କରା ମାତ୍ରା ରହୁନଥିବା ବେଳେ କେବଳ ଏସିଆ ଏବଂ ଆଫ୍ରିକା ମହାଦେଶର ଦେଶଗୁଡ଼ିକରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀରେ ଅତିରିକ୍ତ ଶର୍କରା ରହିଥିବାର ପ୍ରମାଣ ମିଳିଛି । ଅନୁସନ୍ଧାନରୁ ଜଣାପଡିଛି ଯେ ଭାରତରେ ମିଳୁଥିବା ସେରେଲାକ୍ ସମେତ ସମସ୍ତ ୧୫ଟି ଯାକ ବେବି ଫୁଡ୍‌ସ ପ୍ରଡକ୍ଟରେ ହାରାହାରି ୨.୨ରୁ ୩ଗ୍ରାମ ପରିମାଣର ଚିନି ରହିଥାଏ । ସେହିପରି ଫିଲିପାଇନ୍ସ, ନାଇଜେରିଆ, ଥାଇଲାଣ୍ଡ, ସେନେଗଲ୍ ଏବଂ ଇଥିଓପିଆ, ଦକ୍ଷିଣ ଆଫ୍ରିକା ଭଳି ଦେଶରେ ସମାନ ବେବି ଫୁଡ୍‌ସରେ ପ୍ରତି ୧୦୦ ଗ୍ରାମ ପିଛା ୪ ଗ୍ରାମରୁ ୭.୩ ଗ୍ରାମ ପର୍ଯ୍ୟନ୍ତ ଚିନି ରହୁଥିବାର ପ୍ରମାଣ ମିଳିଛି । ତେବେ ସମାନ ଉତ୍ପାଦ ଜର୍ମାନୀ ଏବଂ ବ୍ରିଟେନରେ ବିନା ଚିନିରେ ମିଳୁଛି ।
ନେସ୍‌ଲେ ଶିଶୁ କ୍ଷୀର ଏବଂ ସେରେଲାକ୍ ଭଳି ଖାଦ୍ୟ ଉତ୍ପାଦରେ ଅତିରିକ୍ତ ଚିନି ଏବଂ ମହୁ ବ୍ୟବହାର କରିବା ମେଦବହୁଳତା ଏବଂ କ୍ରୋନିକ ରୋଗକୁ ରୋକିବା ପାଇଁ ଅନ୍ତର୍ଜାତୀୟ ନିର୍ଦ୍ଦେଶାବଳୀଗୁଡିକର ଉଲ୍ଲଂଘନ । ତେବେ ନେସ୍‌ଲେର ଏହି ନିୟମ ଉଲ୍ଲଂଘନ ମାମଲା ଏସିଆ, ଆଫ୍ରିକା ଏବଂ ଦକ୍ଷିଣ ଆମେରିକାର ଦେଶରେ ଦେଖିବାକୁ ମିଳିଛି । ଅବଶ୍ୟ, ନେସ୍‌ଲେ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ରହିଥିବା ଖାଦ୍ୟମାନକଜନିତ ସମସ୍ତ ନିୟମକୁ କଡାକଡି ଭାବେ ପାଳନ କରୁଥିବା ନେଇ ସଫେଇ ଦିଆଯାଇଛି ଏବଂ ‘ପବ୍ଲିକ ଆଇ’ ରିପୋର୍ଟରେ କୌଣସି ସତ୍ୟତା ନଥିବା ଦର୍ଶାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking