36.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶବିଜେପିର ନଜରରେ ଦକ୍ଷିଣର ୧୩୦ ଆସନ; ୧୨-୧୫ ଆସନ ପାଇବ ବିଜେପି: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ବିଜେପିର ନଜରରେ ଦକ୍ଷିଣର ୧୩୦ ଆସନ; ୧୨-୧୫ ଆସନ ପାଇବ ବିଜେପି: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବିଜେପି ଯେତେ ଚେଷ୍ଟା କଲେ ମଧ୍ୟ ଏସବୁ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ବିଶେଷ କିଛି କରିପାରିବନି ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ରେବନ୍ତ ରେଡ୍ଡୀ କହିଛନ୍ତି । ରେବନ୍ତଙ୍କ କହିବାନୁସାରେ ଦକ୍ଷିଣ ଭାରତୀୟ ରାଜ୍ୟ ( କେରଳ=୨୦, ତାମିଲନାଡୁ=୩୯, ତେଲେଙ୍ଗାନା=୧୭, ଆନ୍ଧ୍ରପ୍ରଦେଶ=୨୫ ଏବଂ କର୍ଣ୍ଣାଟକ=୨୮ ଏବଂ ପୁଡୁଚେରୀର ୧ ଆସନ)ରେ ମୋଟ୍ ୧୩୦ ଲୋକସଭା ରହିଥିବା ବେଳେ ବିଜେପି ଯେତେ ଯାହା କଲେ ମଧ୍ୟ ୧୨ରୁ ୧୫ ଆସନରେ ହିଁ ସୀମିତ ରହିବ । ବିଜେପି ୪୦୦ ପାର୍ ନାରା ଦେଇ ନିର୍ବାଚନ ଲଢ଼ୁଥିବା ବେଳେ ଦକ୍ଷିଣ ଭାରତର ଏହି ୧୩୦ ଲୋକସଭା ଆସନ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ବିଡମ୍ବନାର ବିଷୟ ହେଉଛି ବିଜେପି ଏଠାରେ ସେପରି କିଛି ବି ଲାଭ ପାଇପାରିବ ନାହିଁ । ଅନ୍ୟପକ୍ଷେ ଦକ୍ଷିଣ ଭାରତରରେ କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟ, ମୋଟ୍ ୧୩୦ ଲୋକସଭା ଆସନ ମଧ୍ୟରୁ ୧୧୫ରୁ ୧୨ଠ ଆସନ ଜିତିବ ବୋଲି ରେବନ୍ତ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ବିଜେପି ଦକ୍ଷିଣ ଭାରତର ଅଧିକାଂଶ ସ୍ଥାନରେ ହାରିବ ବୋଲି ରେବନ୍ତ କହିଛନ୍ତି ।
୨୦୨୪ ଲୋକସଭା ନିର୍ବାଚନରେ ବିଜେପି ୪୦୦ରୁ ଅଧିକ ଆସନରେ ବିଜୟୀ ହେବାର ଲକ୍ଷ୍ୟ ନେଇ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଜନମତ ସର୍ଭେ ରିପୋର୍ଟ ଅନୁସାରେ ବିଜେପି ଏଥର ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହେଉଥିଲେ ମଧ୍ୟ ୪୦୦ରୁ ଅଧିକ ଆସନରେ ବିଜୟ ଲାଭ କରିବା ସମ୍ଭବ ନୁହେଁ । ବିଜେପି ୩୭୦ରୁ ୩୮୦ ଆସନରେ ହିଁ ବିଜୟ ଲାଭ କରିପାରିବ ଏବଂ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟ ୩୯୫ରୁ ୩୯୯ ଆସନରେ ହିଁ ସୀମିତ ରହିବ ବୋଲି ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିଥିବା ପ୍ରାୟ ସମସ୍ତ ଜନମତ ସର୍ଭେ ରିପୋର୍ଟରୁ ଦେଖିବାକୁ ମିଳିଛି । ଅନ୍ୟପକ୍ଷେ ‘୪୦୦ ପାର୍‌’ ଲକ୍ଷ୍ୟକୁ ସାକାର କରିବା ପାଇଁ ବିଜେପି ଏଥର ଦେଶର ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଉପରେ ମାତ୍ରାଧିକ ଫୋକସ୍ କରିଥିବା ଦେଖିବାକୁ ମିଳିଛି । ପୂର୍ବ ୨ ଲୋକସଭା ନିର୍ବାଚନ (୨୦୧୪ ଏବଂ ୨୦୧୯)ରେ ବିଜେପି ମୁଖ୍ୟତଃ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ସେପରି ଆଖିଦୃଶିଆ ସଫଳତା ହାସଲ କରିପାରିନାହିଁ । ଏତଦ୍‌ବ୍ୟତୀତ ଉତ୍ତର-ପଶ୍ଚିମ ତଥା ପୂର୍ବ ଭାରତରେ ବିଜେପିର ଭୋଟ୍ ବିଜୟ ହାର (%) ମଧ୍ୟ ସ୍ଥିର ରହିଆସୁଛି । ସୁତରାଂ ୪୦୦ ଆସନ ଲକ୍ଷ୍ୟ ପୂରଣ କରିବା ଲକ୍ଷ୍ୟରେ ବିଜେପି ଏଥର କେରଳ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକ ଭଳି ଦକ୍ଷିଣ ରାଜ୍ୟଗୁଡ଼ିକରେ ନିଜ ପ୍ରଚାର ଅଭିଯାନକୁ ଜୋରଦାର କରିଛି । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏସବୁ ରାଜ୍ୟ ବିଶେଷକରି କେରଳ ଏବଂ ତାମିଲନାଡୁରେ ବାରମ୍ବାର ନିର୍ବାଚନୀ ପ୍ରଚାର କରୁଥିବାର ଦେଖିବାକୁ ମିଳୁଛି ।
ସୂଚନାଯୋଗ୍ୟ, କେରଳରେ ବିଜେପି କେବେ ହେଲେ ଗୋଟିଏ ବି ଲୋକସଭା ଆସନ ଜିତି ନାହିଁ । ରାଜ୍ୟର ଦୁଇଟି ବିଧାନସଭା ନିର୍ବାଚନରେ ଦଳ କେବଳ ଗୋଟିଏ ଲେଖାଏ ଆସନ ଜିତି ପାରିଥିଲା । ସୁତରାଂ ରେବନ୍ତଙ୍କ କହିବାନୁସାରେ କେରଳର ସମସ୍ତ ୨୦ ଲୋକସଭା ଆସନରେ ଇଣ୍ଡିଆ ପ୍ରାର୍ଥୀମାନେ ବିଜୟୀ ହେବେ ଏବଂ ବିଜେପି ପ୍ରାର୍ଥୀମାନେ ଅମାନତ ହରାଇବେ ବୋଲି ସେ ଦୃଢ଼ ଆଶାବାଦୀ ଅଛନ୍ତି । ସେହିପରି ତେଲଙ୍ଗାନା ଲୋକସଭା ନିର୍ବାଚନ ସମ୍ପର୍କରେ ରେବନ୍ତ କହିଛନ୍ତି ଯେ, ରାଜ୍ୟର ମୋଟ୍ ୧୭ଟି ଲୋକସଭା, ଆସନ ମଧ୍ୟରୁ କଂଗ୍ରେସ ତଥା ଇଣ୍ଡିଆ ମେଣ୍ଟ ଖାତାକୁ ୧୪ରୁ ଊର୍ଦ୍ଧ୍ୱ ଆସନ ଆସିବା ନିଶ୍ଚିତ । ବିଜେପି କେବଳ ଦେଶବାସୀଙ୍କୁ ଭ୍ରମିତ କରିବା ପାଇଁ ୪୦୦ ପାର୍‌’ର ନାରା ଦେଉଥିବା ରେବନ୍ତ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking