28.1 C
Bhubaneswar
Thursday, May 2, 2024
Homeଓଡିଶାବିଜେଡି ଛାଡିବେ ପାଟ୍ଟଶାଣୀ!

ବିଜେଡି ଛାଡିବେ ପାଟ୍ଟଶାଣୀ!

ଭୁବନେଶ୍ୱର : ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ ବିଜେଡି ଛାଡିବା ନେଇ ଚର୍ଚ୍ଚା । ଟିକଟ ନେଇ ବିଜେଡିରୁ କୌଣସି ସ୍ପଷ୍ଟ ସିଗନାଲ ନ ମିଳିବାରୁ ପାଟ୍ଟଶାଣୀ ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି । ଭୁବନେଶ୍ୱରରୁ ୫ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ପାଟ୍ଟଶାଣୀ ବିଜେପି ସହ ଆଲୋଚନାରେ ଥିବା ଚର୍ଚ୍ଚା ହେଉଛି । ଏଥର ପାଟ୍ଟଶାଣୀ ବିଧାନସଭା ନିର୍ବାଚନ ପାଇଁ ଚିଲିକାରୁ ପ୍ରାର୍ଥୀ ହେବା ନେଇ ମଝିରେ ଚର୍ଜା ଶୁଣିବାକୁ ମିଳିଥିଲା । ପାଟ୍ଟଶାଣୀ ମଧ୍ୟ ଏ ନେଇ ସଙ୍କେତ ଦେଇଥିଲେ । ମାତ୍ର କିଛି ଦିନ ପରେ ଏ ଚର୍ଜା ବି ଥମି ଯାଇଥିଲା । ଶ୍ରୀ ପାଟ୍ଟଶାଣୀଙ୍କ ଜ୍ୱାଇଁ ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ନିକଟରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ଏଥର ଉତ୍ତର ଭୁବନେଶ୍ୱରରୁ ପ୍ରିୟଦର୍ଶୀ ବିଜେପି ପ୍ରାର୍ଥୀ ହୋଇଛନ୍ତି । ତେଣୁ ଶ୍ରୀ ପାଟ୍ଟଶାଣୀ ବିଜେପିକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ଚର୍ଚ୍ଚାକୁ ନେଇ ପାଟ୍ଟଶାଣୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking